ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ; ସ୍ୱଚ୍ଛ, ମୁକ୍ତ,ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ

ଓଡ଼ିଶା ତାଜା ନ୍ୟୁଜ (୬ ନଭେମ୍ବର ରବିବାର ) ବରଗଡ଼ :- ଗତକାଲି ନିର୍ବାଚନ କମିଶନଙ୍କ ପଦ୍ମପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ ହଲ୍ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମୋନୀଷା ବାନାର୍ଜୀ ଆଜି ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ଏକ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଦଳ ତଥା ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। ନିର୍ବାଚନ ତାରିଖ ଘୋଷଣା ପରେ ଆଚରଣବିଧି ଲାଗୁ ହୋଇସାରିବା ବେଳେ ଏହାକୁ ସମସ୍ତେ ମାନିବାକୁ ନିବେଦନ କରିଥିଲେ। ଉପ ନିର୍ବାଚନ ପାଇଁ ଆସନ୍ତା ୫ ଡିସେମ୍ବର ରେ ଭୋଟ ଗ୍ରହଣ ହେବ। ଏଥିପାଇଁ ୩୧୯ ଟି ବୁଥ ରହିଛି। ସେଥି ମଧ୍ୟରେ ପିଙ୍କ୍ ବୁଥ,ମୋଡେଲ ବୁଥ, ବୟସ୍କ ଙ୍କ ଓ ଭିନ୍ନକ୍ଷମ ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ କହିଥିଲେ। ଆସନ୍ତା ୧୦ ତାରିଖରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ହେବା ପରେ ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଉପ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ପ୍ରସ୍ତୁତି ଆରଂଭ ହୋଇଛି। ଯେହେତୁ ଉକ୍ତ ଉପଖଣ୍ଡ ମାଓ ପ୍ରବଣ ଅଟେ ସେଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲା ଏସପି ସ୍ମିତ ପୁରୁଷୋତ୍ତମ ଦାଶ କହିଥିଲେ। ଏଥି ସକାଶେ ୯କମ୍ପାନୀ କେନ୍ଦ୍ରିୟ ଆର୍ମ ପୋଲିସ ଫୋର୍ସ ପ୍ରଦାନ ପାଇଁ ଚିଠି କରାଯାଇଛି । ସେହିପରି ୪୦ ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇ ଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, କୃତି ବାସ ରାଉତ, ଜିଲ୍ଲା ପରିଷଦର ସିଇଓ, ନିର୍ବାଚନ ଅଧିକାରୀ ମମତା ସାହୁ, ପଦ୍ମପୁର ଉପଜିଲ୍ଲାପାଳ, ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସ, ଭାଜପା ର ରବିନାରାୟଣ ଦାଶ, ପ୍ରୀତମ ସିଂ, ବିଜୁ ଜନତା ଦଳ ର ହାଡୁ ମଲ୍ଲିକ, କଂଗ୍ରେସ ଦଳର ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

Exit mobile version