Home ଓଡ଼ିଶା ୯୭୪୨ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ – ମାଟି କାମୁଡ଼ିଲେ ଅବନ୍ତି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଧାମନଗରରେ ବିଜେଡି କୁ ହରାଇ ବିଜେପି ହାତେଇଲା ବିଧାୟକ ଆସନ । ବାପା ପରେ ପୁଅ ହେଲେ ବିଜୟ ବିଜେଡି ରୁ ଧୋକା ଖାଇ ସ୍ଵାଧୀନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ଙ୍କ ଭୋଟ ଗ୍ରହଣ କୁ ନେଇ ବିଜେଡି ପ୍ରାର୍ଥୀନୀ ଅବନ୍ତି ଙ୍କୁ ମାଟି କାମୁଡ଼ିବାକୁ ପଡ଼ିଛି । ଓଡ଼ିଶା ତାଜା ନ୍ୟୁଜ (୬ ନଭେମ୍ବର ରବିବାର ) ଧାମନଗର :- ଧାମନଗରରେ ଉଇଁଲା ସୁରୁଜ । ଧାମନଗର ଉପନିର୍ବାଚନରେ ୯୭୪୨ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ହେଲେ ବିଜୟୀ । ଚତୁଃମୁଖି ନିର୍ବାଚନର ଭୋଟ ଗଣତି ସମାପ୍ତ ହୋଇଛି ଏବଂ ଏହି ନିର୍ବାଚନ ରେ ବିଜେପି ଜିତିଥିବା ବେଳେ ଆଣ୍ଠେଇ ଯାଇଛି ବିଜେଡି । ଚଳିତ ଉପନିର୍ବାଚନରେ ରାଜେନ୍ଦ୍ର ଦାସ ବିଜେଡି ଦଳ ଛାଡ଼ି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଯାହା ଫଳରେ ବିଜେଡିର ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ବିଜେଡି ରୁ ଧୋକା ଖାଇ ସ୍ଵାଧୀନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ଙ୍କ ଭୋଟ ଗ୍ରହଣ କୁ ନେଇ ବିଜେଡି ପ୍ରାର୍ଥୀନୀ ଅବନ୍ତି ଙ୍କୁ ମାଟି କାମୁଡ଼ିବାକୁ ପଡ଼ିଛି । ଏଥର ବିଜେଡିରୁ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜୁ ତିନି ନମ୍ବରରେ ରହିଥିଲେ ମଧ୍ୟ ସେ ହାତେଇଥିବା ଭୋଟ୍ ବିଜେଡି ଭୋଟ୍ ବିଭାଜନର କାରଣ ବୋଲି କୁହାଯାଉଛି । ତେବେ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ସୂର୍ଯ୍ୟବଂଶୀ ସୁରଜ ଧାମନଗର ମାଟି ରେ ଜନ୍ମ ଗ୍ରହଣ କରିଥିଲେ । ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ମାଟ୍ରିକ୍ ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରୁ ବିଟେକ୍ କରିଛନ୍ତି ସୂର୍ଯ୍ୟବଂଶୀ । ଏହାପରେ ଭଦ୍ରକ କଲେଜରୁ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିଲେ । ଧାମରାର ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଥିବା ସୂର୍ଯ୍ୟ, ବାପା ବିଷ୍ଣୁ ସେଠୀଙ୍କ ସହ କାମ କରିବାକୁ ଧାମନଗରକୁ ଫେରିଥିଲେ । ବଡ଼ ଚାକିରିକୁ ଛାଡ଼ି ଲୋକଙ୍କ ସେବା କରିବାକୁ ମନ ସ୍ଥିର କରିଥିଲେ । ବାତ୍ୟା ହେଉ ଅବା କରୋନା ସବୁ ବେଳେ ସବୁ ପରିସ୍ଥିତିରେ ଲୋକଙ୍କ ସହ ଥିଲେ । ଭଦ୍ରକ ଜିଲ୍ଲାରେ ଯୁବ ସଂଗଠନକୁ ମଜଭୂତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ସୂର୍ଯ୍ୟ । ଯୁବ ବିଜେପିର ରାଜ୍ୟ ସଂଯୋଜକ ଥିବା ସୂର୍ଯ୍ୟବଂଶୀ ଜିଲ୍ଲାରେ ଯୁବ ଚେହେରା ଭାବେ ବେଶ୍ ଜଣାଶୁଣା । ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଧାମନଗର ଆସନ ବିଜେପି ଭାଗରେ ପଡିଥିଲା । ହେଲେ ବିଜେପି ମନମୋହନ ସାମଲଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜୟୀ ହୋଇଥିଲେ । ପରେ ୨୦୦୪ରେ ବିଜେପିର ମନମୋହନ ସାମଲ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା ପରେ ସେଠାରୁ ବିଜେଡିର ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ ।ସେହିପରି ୨୦୧୪ରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବିଜେପିର ବିଷ୍ଣୁ ସେଠୀ ମାତ୍ର ୪ ୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରି ଧାମନଗର ରେ ପୁଣି ପଦ୍ମ ଫୁଟାଇଥିଲେ । ଆଉ ବାପାଙ୍କ ପରେ ପୁଅ ପୁଣି ଧାମନଗରରେ ପଦ୍ମ ଫୁଟାଇବାରେ ସଫଳ ହୋଇଛନ୍ତି । ଏବଂ ଏହି ଉପନିର୍ବାଚନ ରେ ବିଜେପି ର ସୂର୍ଯ୍ୟ ବଂଶୀ ସୂରଜ ୭୭୪୨ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ସାହୁ ଙ୍କୁ ହରାଇ ଧାମନଗରରେ ପୁଣି ପଦ୍ମ ଫୁଟାଇଛନ୍ତି । ବାପା ପରେ ପୁଅ ଧାମନଗର ବିଧାୟକ ଆସନ ହାତେଇଲେ ବୋଲି ରାଜ୍ୟ ରାଜନୀତି ରେ ଚର୍ଚ୍ଚା ଧରିଛି । ୯୭୪୨ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୁରଜ ବିଜୟୀ.. ଅନୁଷ୍ଠାନିକ ଘୋଷଣା ବାକି.. Categories: ଓଡ଼ିଶା, ଭଦ୍ରକ, ମହାନଗର, ରାଜନୀତି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026