ବିଭିନ୍ନ ଅଞ୍ଚଳରେ ହାତୀ ସମେତ ବଣୁଆ ଜନ୍ତୁଙ୍କ ଉପଦ୍ରବରେ ଚାଷୀ କୁଳ ଭୟଭୀତ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଓଡ଼ିଶା ତାଜା ନ୍ୟୁଜ (୫ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି :-   ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକର ବିଭିନ୍ନ ଅଞ୍ଚଳର ବଗତ କିଛି ଦିନ ହେଲା ବଣୁଆ ଜୀବ ଜନ୍ତୁଙ୍କ ଉପଦ୍ରବ କାଶୀନଗର ବ୍ଲକ ର କିଡିଗାଁ ଉପରେ ପଡ଼ିଛି ଏଣୁ ଚାଷୀ କୁଳ ଜନସାଧାରଣ ଭୟଭୀତ ହୋଇ ପଡିଛନ୍ତି |ଗତ ଦୁଇ ଦିନ ତଳେ ଅଜଣା ଜନ୍ତୁ ଙ୍କ ଶିକାର ହୋଇ ପ୍ରାୟ ୧୦୦ ଛେଳି ମୃତ ଓ ଆହତ ହୋଇଥିବା ବେଳେ ଗତ କାଲି ରାତ୍ରରେ ୨ଟି ବଣୁଆ ହାତୀ ଖାଦ୍ୟ ଅନ୍ୱେଷଣ ରେ କିଡିଗାଁ ଓ ଭେଙ୍କାଟାପୁର ଗ୍ରାମ ରେ ଆତଙ୍କ ଚଳାଇଛନ୍ତି | ଏହି ଖବର ପାଇବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ଉକ୍ତ ଗ୍ରାମ ଗୁଡିକ ରେ ପହଂଚି କ୍ଷତିଗ୍ରସ୍ତ ଚାଷୀ ଙ୍କ ସହ ଆଲୋଚନା କରିଛନ୍ତି, ଜିଲ୍ଲା ପ୍ରଶାସନ ଓ ବନ ବିଭାଗ କୁ ଏନେଇ ଅବଗତ କରିଛନ୍ତି |

କିନ୍ତୁ ଲୋକେ ଅଭିଯୋଗ କରିଛନ୍ତି କୁ ବନ ବିଭାଗ ର କୌଣସି କର୍ମଚାରୀ ଆସିନାହାହାନ୍ତି | କିନ୍ତୁ ରେଞ୍ଜେର ସୁଧୀର ବେହେରା କହିଛନ୍ତି ଜଗାଇବା ଓ କାଶୀନଗର ବନ ବିଭାଗ ର କର୍ମଚାରୀ ହାତୀ ଘଉଡ଼ାଇବା କାମ ରେ ଅଛନ୍ତି ବୋଲି ସେ ଯାହା ହେଉ ନା କାହିଁକି ଲୋକେ କିନ୍ତୁ ଭୟଭୀତ ହୋଇ ପଡିଛନ୍ତି | ବର୍ତମାନ ସରୁ ଧାନ ପାଚି ଅମଳ ହେବା ସମୟ ରେ ଏ ଭଳି ବଣୁଆ ହାତୀ ଙ୍କ ଉପଦ୍ରଵ ଲୋକ ଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି | ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହାର ପ୍ରତିକାର ପାଇଁ ଦାବି ହେଉଛି l

Exit mobile version