ଗଜପତି ଜିଲ୍ଲା ମୋହନା ଠାରେ ଉତ୍କଳ ପାଣ(ଖ୍ରୀଷ୍ଟିଆନ) ସମାଜର କର୍ମକର୍ତ୍ତା ଚୟନ ପ୍ରକିୟା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୫ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ମୋହନା ସ୍ଥିତ ଖ୍ରୀଷ୍ଟିଆନ ଅନୁଗ୍ରହ ପୀଠ ପରିସରରେ ଉତ୍କଳ ପାଣ ଖ୍ରୀଷ୍ଟିଆନ ମୋହନା ବ୍ଲକ ଅଧିନରେ ରହିଥିବା ୩୯ ଗୋଟି ଗ୍ରାମ ପଞ୍ଚାୟତର ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମାଜର ବହୁମୁଖୀ କାର୍ଯ୍ୟ ଏବଂ ସେମାନଙ୍କର ମୌଳିକ ଅଧିକାର ଯଥା ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ରାଜନୈତିକ, ଶିକ୍ଷାଗତ ସଂପର୍କିତ ଅଧିକାର ଗୁଡିକ ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା। ସମାଜର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା।

ଉତ୍କଳ ପାଣ(ଖ୍ରୀଷ୍ଟିଆନ) ସମାଜର ଉନ୍ନତି , ଶୁଙ୍ଖଳା ଓ ଦାୟିତ୍ୱବାନ ହୋଇ କାମ କରିବା ନିମନ୍ତେ ସର୍ଵସମ୍ମତି କ୍ରମେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା।ଏହି କମିଟିରେ ସଭାପତି ଭାବେ ଅଭୟ ପରିଛା ଚୟନ ହୋଇଥିବା ବେଳେ ଉପ ସଭାପତି ପ୍ରକାଶ ନାୟକ, ହାଡ଼ିବନ୍ଧୁ ନାୟକ, ଦେବାନନ୍ଦ ନାୟକ, ସମ୍ପାଦକ ପ୍ରଶାନ୍ତ ନାୟକ, ସହ ସମ୍ପାଦକ ଅଜିତ କୁମାର ନାୟକ, ହରିଚନ୍ଦନ ବେହେରା, କୋଷାଧ୍ଯକ୍ଷ ଗୁଣମଣି ନାୟକ ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ। ବ୍ଳକର ୩୯ଟି ପଞ୍ଚାୟତରୁ ଆସିଥିବା ବୁଦ୍ଧିଜୀବିମାନେ ପରସ୍ପର ସହ ଉତ୍ତମ ସଂପର୍କ ଓ ଉନ୍ନତ ଚିନ୍ତାଧାରା ନେଇ ସମସ୍ତ କାର୍ଯ୍ୟକୁ ଶାନ୍ତି ଶୁଙ୍ଖଳାର ସହ ପରିଚାଳନା କରିବା ପାଇଁ ଶପଥ ପାଠ କରିଥିଲେ।

Exit mobile version