ଗଜପତି ଜିଲ୍ଲା ମୋହନା ସ୍ଥିତ ଶିଶୁ ମନ୍ଦିରରେ କଣ୍ଢେଇ ମେଳା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୫ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲା ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ମେଳା ଅନୁଷ୍ଠିତ ହୋଇଯାଇଛି l ଶିଶୁ ମନ୍ଦିରର ଶିଶୁ ବାଟିକା ପ୍ରମୁଖ ପ୍ରତିମା ସାହୁ ଓ ବିନତି ବlଡ଼ତ୍ୟlଙ୍କ ସଂଯୋଜନାରେ ଏହି ମେଳା ଆୟୋଜିତ୍ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପରିଚlଳନl ସମ୍ପାଦକ ରବି କୁମାର ପାତ୍ର,ସମିତିର ଉପଦେଷ୍ଟା ମଧୁସୂଦନ ପାଢୀ, ବାବୁଲା ସେଠୀ, ଅବିଭାବକ ଶିବ ସେଠୀ ଓ ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢୀ ପ୍ରମୁଖ ଯୋଗଦେଇ ମେଳାର ଉଦେଶ୍ୟ ସଂମ୍ପର୍କରେ କହିଥିଲେ l

ଏହି ମେଳାରେ ଶିଶୁ ମନ୍ଦିରର ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାରର କଣ୍ଢେଇ ପ୍ରଦର୍ଶନ କରିଥିଲେ l ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମl ପରିଚlଳନl କରିଥିଲେ l

Exit mobile version