ଆବର୍ଜନା ଦୁର୍ଗନ୍ଧରେ ଫାଟି ପଡୁଛି ବୈପାରିଗୁଡା ସହର..ଦାୟିତ୍ୱ କାହାର ..?

ପଂଚାୟତ ନା ରାସ୍ତା କଡରେ ଥିବା ବେପାରୀଙ୍କର

ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ବୈପାରିଗୁଡା :-  କେଉଁଠି ନାଳ ଚୋରି ତ କେଉଁ ଠାରୁ ନିର୍ମାଣ ପର ଠାରୁ ଜାମ ହୋଇ ପଡିରହିଛି । ନାଳ ନିର୍ମାଣ ହେଲେ ଆଉ ଅସୁବିଧାର ସମ୍ମୁଖ୍ୟନ ହେବେ ନାହିଁ ବୋଲି ଭାବୁଥିଲେ ଅଂଚଳବାସୀ । ମାତ୍ର ନାଳ ନିର୍ମାଣ ହେବା ପରେ ତାଙ୍କ ସମସ୍ୟା ବଢିଗଲା ଦୁଇଗୁଣ । ନାଳ ପାଇଁ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ନାଳ ଆସୁନାହିଁ କାମରେ । ନାଳ ଗୁଡିକ କେଉଁ ସ୍ଥାନରେ ରାସ୍ତାରୁ ଉଚ୍ଚରେ ରହିଥିବା ବେଳେ ତ ଆଉ କେତେକ ସ୍ଥାନରେ ରାସ୍ତାରୁ ପାଣି ନାଳକୁ ନ ଯାଇ ରାଜରାସ୍ତାରେ ଗଡୁଛି । କେତେକ ସ୍ଥାନରେ ନାଳ ଯାକ ଉପରୁ ଖୋଲା ପଡିରହିଛି । ନିଜ ଦୋକାନ ପାଖର କଥା ନିଜେ ବୁଝ ଏପରି ଭାବେ ଚାଲିଛି ଏବେ ବୈପାରିଗୁଡା ସହରର ପରିମଳ ବ୍ୟବସ୍ଥା ।

ବୈପାରିଗୁଡା ଗ୍ରାମ ଦେଇ ରାଂଚି ବିଜୟୱାର୍ଡ ଜାତୀୟ ରାଜପଥି ନିର୍ମାଣ ହେବା ପରେ ବୈପାରିଗୁଡାବାସୀ ଚକଚକିଆ ରାସ୍ତା ସହ ରାସ୍ତାର ଦୁଇ ପାଶ୍ୱର୍ରେ ନାଳ ପାଇଲେ । ବର୍ଷା ଦିନର ସମସ୍ୟାରୁ ବର୍ତି ଗଲେ ବୋଲି ମଧ୍ୟ ଭାବିଲେ ଅଂଚଳବାସୀ ମାତ୍ରା ଦେଖିବା ବେଳକୁ ହୋଇଗଲା ଅଲଗା । ତେବେ ନାଳ ନିର୍ମାଣ ହେଲା ପରେ ବଧେ ଆଉ ଅଳିଆ ଆବର୍ଜନା ଆଉ ରହିବ ନାହିଁ । ବର୍ଷ ବର୍ଷ ଦିନର ଅଳିଆ ଆବର୍ଜନା ପଡି ରହିଛି ନାଳ ଭିିତରେ । କିଛି କିଛି ସ୍ଥାନରେ ନାଳ ଗୁଡିକ ଭାଙ୍ଗି ଯାଇଥିବା ବେଳେ ସେଗୁଡିକକୁ ପଂଚାୟତ କିମ୍ବା ପ୍ରଶାସନ ତରଫରୁ ଏବେ ପର୍ଯ୍ୟନ୍ତ ସଫା କରୁ ନ ଥିବା ଯୋଗୁଁ ନାଳର ପାଣି ଯାକ ରାସ୍ତା ଉପରେ ଗଢି ଦୂଷିତ କରିବା ସହ ନାଳ ଭିତରୁ ଗନ୍ଧମୟ ହୋଇ ପରିବେଶକୁ ଦୂଷିତ ମଧ୍ୟ କରୁଛି ।

ବୈପାରିଗୁଡା ମୁଖ୍ୟଛକ ରେ ସରକାରଙ୍କ ପକ୍ଷରୁ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇ ଥିବା ବେଳେ ସେଠି ପ୍ରତିଦିନ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଲୋକ ଓ ସରକାରୀ ବେସରକାରୀ କର୍ମଚାରୀ ମାନେ ବସ କୁ ଅପେକ୍ଷା ମଧ୍ୟ କରନ୍ତି । କିଛି ଯାତ୍ରୀ ବସ କୁ ଅପେକ୍ଷା କରିବା ସମୟରେ ଯାତ୍ରୀ ବିଶ୍ରାମଗାର ଠାରେ ନାକରେ ହାତ ଦେଇ ବସି ରହୁଥିବାର ଦେଖିବାକୁ ମିଳିଛି । ତେବେ ପ୍ରଶାସନ କିମ୍ବା ସ୍ଥାନୀୟ ପଂଚାୟତ ତରଫରୁ ନାଳ ଓ ରାସ୍ତା ଗୁଡିକ ସଫା ନ ହେବାରୁ ଶେଷରେ ବାଧ୍ୟ ହୋଇ କିଛି ଦୋକାନୀ ମାନେ ଗାଡି ଲଗାଇ ନିଜ ନିଜ ଦୋନାକ ପାଖରେ ଥିବା ନାଳ ସଫା କରୁଥିବାର ଦୁଃଶ୍ୟ ରାତ୍ରି ସମୟରେ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ଏହି ସମସ୍ୟା ପ୍ରତି ଟିକେ ସତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Exit mobile version