ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗ୍ରୁପ୍ ଡ୍ୟାନ୍ସ ପ୍ରତିଯୋଗିତାରେ ସମ୍ପଡା ପ୍ରଥମ ଏବଂ ଡିମିରି ପଲ୍ଲୀ ହାଇସ୍କୁଲ ଦ୍ୱିତୀୟ

ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବସନ୍ତ କୁମାର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରମୋଦ କୁମାର ନାୟକ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର,ବି ଆର୍ ସି ସି ଜ୍ୟୋସ୍ନାରାଣୀ ସେଠୀ,ମୁଖ୍ୟ ବକ୍ତା ଭାବେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ର ମହତ୍ତ୍ଵ ବର୍ଣ୍ଣନା କରିବା ସହ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ନୂଆଗାଁ ବ୍ଲକ୍ ର ୧୩ ଟି କ୍ଲଷ୍ଟର ରୁ ସିନିଅର ଓ ଜୁନିଅର ବିଭାଗରେ ଅନୁଷ୍ଠିତ ଡିବେଟ୍,ପ୍ରବନ୍ଧ,ଚିତ୍ରାଙ୍କନ, କୁଇଜ,ନୃତ୍ୟ ଆଦି ୧୭ ଟି ବିଭାଗରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ୩୪ ଜଣ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ଗ୍ରୁପ୍ ଡ୍ୟାନ୍ସ୍ ପ୍ରତିଯୋଗିତାରେ ସମ୍ପଡା ଚିନ୍ତାମଣି ବିଦ୍ୟାପୀଠ ର ଛାତ୍ରୀ ମାନେ ପ୍ରଥମ ଏବଂ ଡିମିରି ପଲ୍ଲୀ ହାଇସ୍କୁଲ ର ଛାତ୍ରୀ ମାନେ ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସି ଆର୍ ସି ସି କୈଳାସ ଚନ୍ଦ୍ର ନାୟକ, ନୀମେ଼ଇ ଚରଣ ସାହୁ ଙ୍କ ସମେତ ସମସ୍ତ ସି ଆର୍ ସି ସି ସହଯୋଗ କରିଥିଲେ ।

Exit mobile version