ପାରଳାଖେମୁଣ୍ଡି ସ୍ଥିତ ଟାଉନହଲ ଠାରେ ଗଜପତି ଜିଲ୍ଲା ତାଇକଣ୍ଡୋ ଏକାଡେମୀ ପକ୍ଷରୁ ଜିଲ୍ଲା ସ୍ତରୀୟ କଲରବେଲ୍ ଟପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ କଲର୍ ଵେଲ୍ଟ ଟେଷ୍ଟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କଲର ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ମାନ୍ୟବର ବିଧାୟକ ଶ୍ରୀ କେ : ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଟେଷ୍ଟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେଏହି ପରୀକ୍ଷା ରେ ସମୁଦାୟ ୯୬ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ସେଥ୍ ମଧ୍ୟରୁ ୫ ଜଣ ବ୍ଲାକ୍ ଷ୍ଟ୍ରିପ୍ ବେଲ୍ଟ , ୧୮ଜଣ ରେଡ୍ ବେଲୁ , ୨୨ ଜଣ ବ୍ଲ୍ୟୁ ବେଲୁ , ୨୫ ଜଣ ଗ୍ରୀନ୍ ବେଲ୍ଟ ଓ ୩୩ ଜଣ ୟେଲୋ ବେଲ୍ଟ୍ପରୀକ୍ଷାରେକୃତକାର୍ଯ୍ୟହୋଇଥିଲେଏହି ପରୀକ୍ଷା ରେ ପରୀକ୍ଷକ ଭାବେ ଗୁଣୁପୁରର ଶ୍ରୀ ଗଣେଶ ଚନ୍ଦ୍ର ମହାପାତ୍ର , କଳାହାଣ୍ଡିର ଶ୍ରୀ ବନ୍ଧବାହନ ବୁଦ୍ଧିଆ , ଗଞ୍ଜାମ ର ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ ଏବଂ ସହ ପରୀକ୍ଷକ ଭାବେ ଶ୍ରୀ ରାଜୁ ପାଡାଲ୍ ,

ଶ୍ରୀ ନାଗେଶ୍ବର ମହାପାତ୍ର , ସୁଶ୍ରୀ ଅନ୍ଵେଷା ପଣ୍ଡା,ଶ୍ରୀ ସ୍ବରାଜ ଲକ୍ଷ୍ମୀ ପଣ୍ଡା,ଭୁବନେଶ୍ବର ର ଶ୍ରୀ ଚନ୍ଦନ ମହାପାତ୍ର , ଗଞ୍ଜାମ ର ଶ୍ରୀ ଦିଲିପ କୁମାରଙ୍କ ସମେତ ଶ୍ରୀ ସୋନୁ ମହାରଣା ଓ ସୁମନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ଅପରାହ୍ନସମୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ବିଭିନ୍ନ ବିଭାଗର ପରୀକ୍ଷା ଗୁଡିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବେଲ୍ଟ ଓ ପ୍ରମାଣ ପତ୍ର ପରୀକ୍ଷକ ମାନେ ପ୍ରଦାନ କରିବା ସହିତ ଗତ ୨୦୨୧ ମସିହା ରେ , ବ୍ରହ୍ମପୁର ହିଲ୍ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇ ଯାଇଥିବା ମୁକ୍ତ ରାଜ୍ୟ ସ୍ତରୀୟ ତାଇକୋଣ୍ଡୁ ପ୍ରତିଯୋଗୀତା ରେ ସ୍ବର୍ଣ୍ଣପଦକ ହାସଲ କରିଥିବା ପ୍ରତ୍ୟେକ ଖେଳାଳୀଙ୍କୁ ୫୦୦/- ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଇଥିଲା ସନ୍ଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠାନର ୧୯ ତମ ବାର୍ଷିକ ଉତ୍ସବର ଆୟୋଜନ କରା ଯାଇଥିଲା ।

ଏହି ଉତ୍ସବ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ନିମନ୍ତେ ମୂଖ୍ୟ ଅତିଥୁ ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧୃକ୍ଷକ ଶ୍ରୀ ଜୟରାମ ଶତପଥି ଓ ଅନ୍ୟତମ ଅତିଥ ଭାବେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥି ସମେତ ବ୍ଲାକ୍ ବେଲ୍ଟ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲାକ୍ ବେଲ୍ଟ ଓ ସ୍ମୃତି ଚିହ୍ନ ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ମୂଲ୍ୟବାନ ବକ୍ତ୍ୟ ପ୍ରଦାନକରିଥିଲେ ପରେ ପରେ ଏହି ଅବସରରେ ରଙ୍ଗାରଙ୍ଗ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାଏହି କାର୍ଯ୍ୟକ୍ରମକୁ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ଓ ମଧୁସ୍ମିତା ପାତ୍ର ପ୍ରମୁଖ ସଂଯୋଜନା କରିଥିଲେ ଏବଂ ଉପରୋକ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ଏକ ସ୍ମରଣ ଚିହ୍ନ ଅର୍ପଣ କରା ଯାଇଥିଲା । ଏହି ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରଶିକ୍ଷକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମଟି ବିଶେଷ ଭାବେ ସଫଳ ହୋଇଥିଲା

Exit mobile version