ଓଡ଼ିଶା ତାଜା ନ୍ୟୁଜ (୩.୨୦୨୨) ଭୁବନେଶ୍ୱର :- ଭୁବନେଶ୍ୱର :- ପୂର୍ବାଂଚଳ ଭାରତରେ ପ୍ଲାଷ୍ଟିକ୍ ଶିଳ୍ପରେ ଅଭିବୃଦ୍ଧି ସୁଯୋଗଗୁଡିକୁ ସମର୍ଥନ କରିବା ପାଇଁ ଇଣ୍ଡିଆନ୍ ପ୍ଲାଷ୍ଟିକ୍ସ ଫେଡେରେଶନ (ଆଇପିଏଫ୍) ପକ୍ଷରୁ କୋଲ୍କାତାରେ ଆସନ୍ତା ୨୫ ନଭେମ୍ବରରୁ ୨୮ ନଭେମ୍ବର ୨୦୨୨ ପର୍ୟ୍ୟନ୍ତ ଏହାର ତ୍ରୟିବାର୍ଷିକ ପ୍ରଦର୍ଶନୀ ‘ଆଇଏନ୍ଡିପିଏଲ୍ଏଏସ୍’୨୨’ର ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀ ନୂଆ କରି ନିର୍ମାଣ ହୋଇଥିବା ବିଶ୍ୱ ବାଙ୍ଗ୍ଲା ମେଳା ପ୍ରାଙ୍ଗଣଠାରେ ଆୟୋଜିତ ହେବ ଯାହାକି ଆଇଟିସି ରୟାଲ ବେଙ୍ଗଲ୍ ହୋଟେଲ୍ ନିକଟରେ ୨ ଲକ୍ଷ ବର୍ଗଫୁଟ୍ର ଅଚ୍ଛାଦିତ ଏରିଆ ସହିତ ବିଶ୍ୱସ୍ତରୀୟ ସୁବିଧା ସହ ସହରର କେନ୍ଦ୍ରରେ ଅବସ୍ଥିତ ରହିଛି ଏବଂ ଏଠାରେ ପର୍ୟ୍ୟାପ୍ତ ଶକ୍ତି, ମଲ୍ଟି-ଷ୍ଟୋରେଜଡ୍ କାର୍ ପାର୍କିଙ୍ଗ୍, ଫୁଡ୍ କୋର୍ଟ, କନ୍ଫରେନ୍ସ ହଲ୍ ଓ ଏକ ସୁସଜ୍ଜିତ ବିଜ୍ନେସ୍ ସେଂଟର୍ ଭଳି ଅନ୍ୟ ବ୍ୟବସାୟିକ ସୁବିଧାଗୁଡିକ ରହିଛି । 
ଏହି ପ୍ରଦର୍ଶନୀ ପଡିଆ ଉଭୟ ଦର୍ଶକ ଓ ପ୍ରଦର୍ଶନକାରୀଙ୍କ ପାଇଁ ଏକ ସ୍ୱର୍ଗ ହେବ । ଇଣ୍ଡିଆନ୍ ପ୍ଲାଷ୍ଟିକ୍ସ ଫେଡେରେଶନ (ଆଇପିଏଫ୍) ହେଉଛି ବର୍ତମାନ ଭାରତର ଅନ୍ୟତମ ସର୍ବପୁରାତନ ପ୍ଲାଷ୍ଟିକ୍ ଶିଳ୍ପ ସଂଘ ମଧ୍ୟରୁ ଅନ୍ୟତମ । ‘ଆଇଏନ୍ଡିପିଏଲ୍ଏଏସ୍’୨୨’- ହେଉଛି ପୂର୍ବାଂଚଳ ଭାରତରେ ସର୍ବବୃହତ୍ ସେକ୍ଟର-ସ୍ପେଶିଫିକ୍ ବିଜ୍ନେସ୍-ଟୁ-ବିଜ୍ନେସ୍ (ବି୨ବି) ଆନ୍ତର୍ଜାତୀୟ ପ୍ରଦର୍ଶନୀ । ‘ଆଇଏନ୍ଡିପିଏଲ୍ଏଏସ୍୨୨’ ହେଉଛି ପ୍ଲାଷ୍ଟିକ୍ ଉପରେ “ଆଇଏନ୍ଡିପିଏଲ୍ଏଏସ୍’ ସିରିଜ୍ର ଆନ୍ତର୍ଜାତୀୟ ପ୍ରଦର୍ଶନୀର ୯ମ ସଂସ୍କରଣ ଯାହା ସମଗ୍ର ପ୍ଲାଷ୍ଟିକ୍ ଶିଳ୍ପକୁ ଗୋଟିଏ ଛାତ ତଳେ ଏକାଠି କରିବ ଏବଂ ଏହାକୁ ଏକ ବୃହତ୍, ଉନ୍ନତ ଓ ସୁବିଧାଜନକ ସ୍ଥାନରେ ଆୟୋଜନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
