ରାଜଧାନୀର ବ୍ଲାକମେଲର ଅର୍ଚ୍ଚନା ନାଗର ପେଡି ଖୋଲିବ : ତଦନ୍ତ ଆରମ୍ଭ କଲା ଇଡି

ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ଭୁବନେଶ୍ୱର :- ରାଜଧାନୀର ବ୍ଲାକମେଲର ଅର୍ଚ୍ଚନା ନାଗର ପେଡି ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତା’ ବିରୋଧରେ ଆଜି ମାମଲା କରି ତଦନ୍ତ ଆରମ୍ଭ କଲା ଇଡି । ଅର୍ଚ୍ଚନା ନାଗଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ମାମଲା ରୁଜୁ ହୋଇଛି । ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ଇଡି ମାମଲା ରୁଜୁ କରିଛି । ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ନୋଟିସ୍‌ କରିବ ଇଡି । ଏପରିକି ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ କରୁଛି ଇଡି ।

ଜଣେ ଆସିଷ୍ଟାଣ୍ଟ ଡାଇରେରଙ୍କ ନେତୃତ୍ୱରେ ୫ ଜଣିଆ ତଦନ୍ତକାରୀ ଟିମ୍ ଗଠନ ହୋଇଛି । ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଏବେ ଖୋଳତାଡ଼ କରୁଛି ଇଡି । ଏହା ପରେ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ଲୋକଙ୍କୁ ଇଡି ନୋଟିସ୍‌ କରିବ ଲେଡି । ବ୍ଲାକମେଲର ଅର୍ଚ୍ଚନା ନାଗ ପାଖରେ ଆଲିସାନ୍‌ ବଙ୍ଗଳା, ଦାମୀ ଗାଡ଼ି ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କେଉଁଠୁ ଆସିଲା? ତା ଅପରାଧର ନେଟଓ୍ୱର୍କ କେତେ ବ୍ୟାପକ..? ତା କଳାଧନ୍ଦା କିଭଳି ଚାଲୁଥିଲା..? ସେ ସମ୍ପର୍କରେ ଇଡି ରହସ୍ୟ ଉନ୍ମୋଚନ କରିବା ଆଶା କରାଯାଉଛି।

ଅର୍ଚ୍ଚନା ଗିରଫ ହେବା ପରଠୁ, ସେ ଇଡିର ସ୍ମାନରକୁ ଆସିଥିଲା। ତେବେ ଆଜି ମାମଲା ରୁଜୁ କରି ତଦନ୍ତ କରିଥିବାରୁ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ତଥା ବ୍ଲାକମେଲ କରି ଅର୍ଥ ହଡ଼ପ ମାମଲାର ଗୁମୁର ଫିଟିବା ଅନୁମାନ କରାଯାଉଛି। ଏହି ମାମଲାରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ହୋଇ ଜେଲରେ ଥିବା ବେଳେ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ଗିରଫ ହୋଇ ନାହାନ୍ତି।

ବ୍ଲାକମେଲର ଅର୍ଚ୍ଚନା ନାଗ । ରାଜଧାନୀରେ ଖୋଲିଥିଲା ରଙ୍ଗଶାଳା! ଚାକିରି ଦେବା ବାହାନାରେ ଯୁବତୀଙ୍କୁ ନିଜ ରଙ୍ଗଶାଳାରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ନେତା, ଫିଲ୍ମ ନିର୍ଦ୍ଦେଶ ଓ ବିଲ୍‌ଡରଙ୍କୁ ବ୍ଲାକମେଲ କରୁଥିଲେ। ଆଉ ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ରାତି ଅଧିଆ ଅର୍ଚ୍ଚନା ନାଗକୁ ଗିରଫ କରିଥିଲା।

କିନ୍ତୁ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରି ଛାଡ଼ିଦେଇଥିଲା । ପରେ ସ୍ୱାମୀଙ୍କ ନାଁରେ ମାମଲା ହୋଇଥିଲା । ଏହା ପରେ ପୁଲିସ ତାକୁ ଗିରଫ କରିଥିଲା। ଜଗବନ୍ଧୁଙ୍କୁ ଗିରଫ କରିବା ବେଳେ ତାଠାରୁ ଗୋଟିଏ ଡାଏରୀ ଜବତ କରିଥିଲା ପୁଲିସ୍‌। ସେଥିରେ ବହୁ ବ୍ୟକ୍ତି ବିଶେଷଙ୍କ ନାଁ ଥିବା ଚର୍ଚ୍ଚା ହେଉଛି। ସେପଟେ ଅର୍ଚ୍ଚନାଙ୍କ ସହିତ ନେତାଙ୍କ ଫଟୋ ସୋସାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା ।

Exit mobile version