ଜଟଣୀ : ଉଡନ୍ତା ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ଦାବିପତ୍ର – ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ

ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ଖୋର୍ଦ୍ଧା-ଜଟଣୀ :- ଦୀର୍ଘ ଆଠ ବର୍ଷ ଧରି ଚାଲୁ ରହିଥିବା ଜଟଣୀ ଉଡନ୍ତା ପୋଲ “ଫ୍ଲାଈ ଓଭର ବ୍ରିଜ” ନିର୍ମାଣ କାମ ତୁରନ୍ତ ସାରିବାକୁ ଜଟଣୀ ବିକାଶ ପରିସଦ ପକ୍ଷରୁ ଖୋର୍ଧାରୋଡ଼ ରେଳ ମଣ୍ଡଳ ଅଧିକାରୀ “ଡିଆରଏମ” ଙ୍କୁ ଦାବିପତ୍ର ପ୍ରଦାନ,ଆସନ୍ତା ଜାନୁଆରୀ ମାସ ସୁଦ୍ଧା ବ୍ରିଜ ନିର୍ମାଣ କାମ ସାରିବାକୁ ଡିଆରଏମ ଙ୍କ ପ୍ରତିଶ୍ରୁତି ଦୀର୍ଘ ଆଠ ବର୍ଷ ଧରି ଚାଲିଥିବା ଜଟଣୀ ଫ୍ଗାଇ ଓଭର ବ୍ରିଜ ନିର୍ମାଣ କାମ ସାରିବାକୁ ନା ନେଉନାହିଁ ! ଏପଟେ ବ୍ରିଜ ନିର୍ମାଣ କାମ ବିଳମ୍ବ କାରଣରୁ ଅଣ୍ଡର ପାସ ରାସ୍ତାରେ ଦୈନଦିନ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷତି ଘଟିଲାଣି ।ରାଜ୍ୟ ସରକାରଙ୍କ ଅଧୀନସ୍ଥ ବା ପୂର୍ତ ବିଭାଗ ପୂର୍ବପଟ କୁଦିଆରି ଓ ପଶ୍ଚିମ ପଟ ଆନ୍ଧ୍ରବ୍ୟାଙ୍କ ଉଭୟ ପଟୁ ବ୍ରିଜ ନିର୍ମାଣ କାମ ଏକ ପ୍ରକାର ସାରି ଦେଉଥିବା ବେଳେ ମଝିରେ ରହିଛି ରେଳ ବିଭାଗର କାମ । ହେଲେ କୌଣସି କାରଣରୁ ରେଳବାଇ ପକ୍ଷରୁ ବ୍ରିଜ ନିର୍ମାଣ କାମ ଅଧ ପନ୍ତରିଆ ହୋଇ ପଡ଼ି ରହିଛି ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଫଳରେ ଏହି ଜନ ଅସନ୍ତୋଷ ଓ ଜଟଣୀର ସ୍ୱାଭିମାନ ତଥା ବିକାଶକୁ ନେଇ ଆଜି “ଜଟଣୀ ବିକାଶ ପରିସଦ”ର ଶତାଧିକ ଲୋକ ଏକତ୍ରିତ ହୋଇ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ଙ୍କ ନେତୃତ୍ବରେ ଡିଆରଏମଙ୍କୁ ଭେଟି ଏକ ଦାବୀପତ୍ର ଦେଇ ନିର୍ମାଣଧିନ ବ୍ରିଜର ରେଳବାଇ ଅଂଶରେ ଅଟକି ରହିଥିବା ରାସ୍ତା କାମ ତୁରନ୍ତ ସାରିବାକୁ ଦାବି କରିଥିଲେ । ଡିଆରର୍ଏମ ଶ୍ରୀ ରୀଙ୍କେଶ୍ ରୟ ଦାବିପତ୍ରଟି ଗ୍ରହଣ କରିବା ସହିତ ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ରେଳବାଇ ଅଂଶରେ ଅଟକି ଥିବା କାମ ସମ୍ପୂର୍ଣ କରିବା ସହ ଜନ ସାଧାରଣ ଙ୍କୁ ଉତ୍ସର୍ଗିକୃତ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି । ଏଥିରେ ଜଟଣୀ ବିକାଶ ପରିଷଦର ସର୍ବ ଶ୍ରୀ ସୁଶାନ୍ତ କୁମାର ରାଉତ,ସୁଦର୍ଶନ ସୁନ୍ଦରାୟ,ଅଧ୍ୟାପକ ବିଜୟ ପଣ୍ଡା,ରାଜେନ୍ଦ୍ର ପଟ୍ଟନାୟକ, ସଚିଦା ନନ୍ଦ ସାମନ୍ତରାୟ, ଇଞ୍ଚଲା ସାବତ,ବୁଲୁ ମହାନ୍ତି,ମନୋଜ ସ୍ୱାଇଁ, ତୋଫାନ ସାମନ୍ତରାୟ, ପ୍ରସନ୍ନ ସାହୁ,ରମେଶ ମହାପାତ୍ର,ପ୍ରସନ୍ନ ପା୍ଟଶାଣୀ,ଅଧିବକ୍ତା ଅକ୍ଷୟ ଦାସ ପ୍ରମୁଖ ଶତାଧିକ ଲୋକ ସାମିଲ୍ ହୋଇଥିଲେ ।

Exit mobile version