ପବିତ୍ର ଅଁଳା ନବମୀ ଅବସରରେ ପ୍ରତିଶ୍ରୁତି ପରିବାରର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ପୁରୀ :- ପବିତ୍ର ଅଁଳା ନବମୀ ଅବସରରେ ପ୍ରତିଶ୍ରୁତି ପରିବାର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ ବାଲିସାହିସ୍ଥ ହିଞ୍ଜୋଳା ଯାଗା ପରିସରରେ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଆତିଥ୍ଯରେ ଯାଗାର ସଭାପତି କୂଳମଣି ସାହୁ,ସମ୍ପାଦକ ଜିତେନ୍ଦ୍ର ମୁଦୁଲି ତଥା ପ୍ରତିଶୃତି ଅନୁଷ୍ଠାନ ର ସଭାପତି ପଦ୍ମ ଚରଣ ମହାପାତ୍ର,

ଉପସଭାପତି କମଳିନୀ ମହାପାତ୍ର, ସମ୍ପାଦିକା  ପ୍ରିୟଙ୍କା ମହାପାତ୍ର,ସହ ରଶ୍ମିତା ଦାସ ମହାପାତ୍ର,ସମ୍ପାଦକ ଜୟକୃଷ୍ଣ ଦାସ, କୋଷାଧ୍ୟକ୍ଷ,ସ୍ବର୍ଣ୍ଣ ଲତା ପରମଗୁରୁ ତଥା ଅନ୍ୟାନ୍ୟ ସଦସ୍ୟ ସଦସ୍ୟା, ଆଇନଜୀବୀ ସୁଦଶା ପଣ୍ଡା, ପୂର୍ଣ୍ଣ କାମନା ଓତା,ଚନ୍ଦନା ମହାପାତ୍ର, ସୁରେନ୍ଦ୍ର ମହାପାତ୍ର,ଅନିଲ୍ ସାହୁ ,ସୂଷମା ପ୍ରଧାନ, ରେଣୁବାଳା ପଟ୍ଟନାୟକ, ସୁଜାତା ତ୍ରିପାଠୀ, ସୁଚିତ୍ରା ବେହେରା, ମନୋଜ ଜେନା, , ପ୍ରଦ୍ୟୁମ୍ନ ଓ ରାକେଶ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଯୋଗଦାନ ନଡ଼ିଆ ଓ ଅଁଳା ବୃକ୍ଷ ସମେତ ଅନ୍ୟାନ୍ୟ ଶତାଧିକ ବୃକ୍ଷ ରୋପଣ କରିଥିଲେ ।

Exit mobile version