ଟିଭିଏସ୍ ମୋଟର କଂପାନି ପକ୍ଷରୁ : ବ୍ୟାପକ ଆକର୍ଷଣୀୟ ସୁବିଧା ସୁଯୋଗ – ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର୍ ଉନ୍ମୋଚିତ – ଭୁବନେଶ୍ୱର

ଟିଭିଏସ୍ ମୋଟର କଂପାନି ପକ୍ଷରୁ ବ୍ୟାପକ ଆକର୍ଷଣୀୟ ସୁବିଧା ସୁଯୋଗ ଥିବା ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର୍ ଭୁବନେଶ୍ୱରରେ ଉନ୍ମୋଚିତଚା ନୂଆ ଟିଭିଏସ୍ ଆଇକ୍ୟୁବ୍ ସିରିଜ୍ ପର୍ସନାଲାଇଜଡ୍ ଥିମ୍‌, ମ୍ୟୁଜିକ୍ ପ୍ଲେୟାର କଂଟ୍ରୋଲ୍‌, ଭଏସ୍ ଆସିଷ୍ଟ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଆଲେକ୍ସା ସ୍କିଲ୍‌ସେଟ୍‌,

ଯାନର ସ୍ୱାସ୍ଥ୍ୟ ଓ ନିରାପତା ଏବଂ ଓଟିଏ ଅପ୍‌ଡେଟ୍ ଭଳି ବ୍ୟାପକ ଶ୍ରେଣୀର ଅଗ୍ରଣୀ କନେକ୍ଟେଡ୍ ସୁବିଧା ସୁଯୋଗ ପ୍ରଦାନ କରୁଛିଚା ଟିଭିଏସ୍ ଆଇକ୍ୟୁବ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଏସ୍‌ର ଉନ୍ନତ ୧୦୦ କିମି ଅନ୍‌-ରୋଡ୍ ରେଂଜ୍ ହୋଇଥିବା ବେଳେ ଗୋଟିଏ ଥର ଚାର୍ଜରେ ଆଇକ୍ୟୁବ୍ ଏସ୍‌ଟି ୧୪୦ କିମିର ଶ୍ରେଷ୍ଠ ମାନର ଅନ୍‌-ରୋଡ୍ ରେଂଜ୍ ପ୍ରଦାନ କରିବ

ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ଭୁବନେଶ୍ୱର :- ଟିଭିଏସ୍ ମୋଟର କଂପାନି ପକ୍ଷରୁ ଆଜି ଭୁବନେଶ୍ୱରରେ ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ସିରିଜ୍‌କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଶ୍ରେଷ୍ଠ ଶ୍ରେଣୀର ଅନ୍‌-ରୋଡ୍ ରେଂଜ୍ ରହିଛି । ସହରରେ ଏହି ସ୍କୁଟରକୁ ଜବରଦସ୍ତ ଗ୍ରାହକ ସମର୍ଥନ ମିଳିବା ପରେ କଂପାନି ତାହାକୁ ଉନ୍ମୋଚନ କରିଛି । ଏହି ସ୍କୁଟରରେ ବ୍ୟାପକ ଇଟେଂଲିଜେଂଟ୍ କନେକ୍ଟେଡ୍ ସୁବିଧା ସୁଯୋଗ ରହିଛି ଯେଉଁଥିରେ ସାମିଲ ରହିଛି ୭ ଇଂଚ୍ ଟିଏଫ୍‌ଟି ଟଚ୍‌ସ୍କ୍ରିନ୍ ଏବଂ କ୍ଲିନ୍ ୟୁଆଇ, ଇନଫିନିଟି ଥିମ୍ ପର୍ସନାଲାଇଜେସନ୍‌, ଭଏସ୍ ଆସିଷ୍ଟ ଏବଂ ଟିଭିଏସ୍ ଆଇକ୍ୟୁବ୍ ଆଲେକ୍ସା ସ୍କିଲ୍ ସେଟ୍‌, ମ୍ୟୁଜିକ୍ ପ୍ଲେୟାର କଂଟ୍ରୋଲ, ଓଟିଏ ଅପ୍‌ଡେଟ୍‌, ପ୍ଲଗ୍ ଆଣ୍ଡ୍ ପ୍ଲେ କ୍ୟାର୍ରି ସହିତ ଚାର୍ଜିଂ, ଯାନ ସ୍ୱାସ୍ଥ୍ୟ ଓ ସୁରକ୍ଷା ନୋଟିଫିକେସନ୍ଳ, ବିବିଧ ବ୍ଲୁଟୁଥ୍‌, କ୍ଲାଉଡ୍ କନେକ୍ଟିଭିଟି ବିକଳ୍ପ, ୩୨ ଲିଟର ଷ୍ଟୋରେଜ୍ ସ୍ଥାନ ଏବଂ ଆହୁରି ବହୁତ କିଛି ।ଟିଭିଏସ୍ ମୋଟରର ଦ୍ରୁତ ଏବଂ ବିଶ୍ୱାସଯୋଗ୍ୟ ଇଂଜିନିଅରିଂଗ୍ କ୍ଷମତା ଥିବା ଟିଭିଏସ୍ ଆଇକ୍ୟୁବ୍ ହେଉଛି ଦୃଢ଼ ପରୀକ୍ଷଣର ଫଳ ଯେଉଁଥିରେ ଉତମ ଭାବେ ସ୍ଥାପିତ ନେଟ୍‌ୱର୍କ ସହାୟତା, ଏକ ରିଲେସନ୍‌ସିପ୍ ମ୍ୟାନେଜର୍ ଏବଂ ଏକ ସାମଗ୍ରିକ ଡିଜିଟାଲ୍ ବ୍ୟବସ୍ଥାର ସମର୍ଥନ ରହିଛି । ଟିଭିଏସ୍ ମୋଟର କଂପାନିର ବରିଷ୍ଠ ଉପସଭାପତି-ଫ୍ୟୁଚର ମୋବିଲିଟି ଶ୍ରୀଯୁକ୍ତ ମନୁ ସକ୍‌ସେନା କହିଛନ୍ତି ଯେ, “ସମ୍ପୂର୍ଣ୍ଣ ଆକର୍ଷଣୀୟ ନୂଆ ଟିଭିଏସ୍ ଆଇକ୍ୟୁବ୍ ସିରିଜ୍ ଏକ ବଡ଼ ଗ୍ରାହକ ବର୍ଗଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଛି । ନୂଆ ଟିଭିଏସ୍ ଆଇକ୍ୟୁବ୍‌ରେ ଉଚ୍ଚ ରେଂଜ୍ ସହିତ ବିବିଧ ଚାର୍ଜିଂ ବିକଳ୍ପ ସୁବିଧା ରହିଛି ଏବଂ ଏହା ଶ୍ରେଣୀର ଅଗ୍ରଣୀ ଡିସ୍‌ପ୍ଲେ ଏବଂ ୟୁଆଇ ବିକଳ୍ପ ସହ ଆସିଛି । ଏଥି ସହିତ ଏଥିରେ ନୂଆ ପିଢ଼ିର କନେକ୍ଟେଡ୍ ସୁବିଧା ସୁଯୋଗ, ଆପ୍ଲିକେସନ୍ ଏବଂ କନେକ୍ଟେଡ୍ ଅନ୍ ଡିଭାଇସ୍ ଅନୁଭୂତି ରହିଛି । ଟିଭିଏସ୍ ମୋଟର ଗୁଣାତ୍ମକ ପ୍ରତିଶ୍ରୁତିକୁ ଆହୁରି ସୁଦୃଢ଼ କରିବା ଲାଗି ଆମର ବ୍ୟାପକ ଆର୍‌ଆଣ୍ଡ୍‌ଡି ଏବଂ ମାନ୍ୟତା ପ୍ରକ୍ରିୟା ଜରିଆରେ ନୂଆ ଟିଭିଏସ୍ ଆଇକ୍ୟୁବ୍‌କୁ ଆମେ ବିକାଶ କରିଛୁ । ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଆମର ଦୂରଦୂରାନ୍ତ ପର୍ଯ୍ୟନ୍ତ ବ୍ୟାପୀଥିବା ନେଟ୍‌ୱର୍କ୍ ଏବଂ ବ୍ୟବସ୍ଥାକୁ ନେଇ ଆମେ ଉତ୍କୃଷ୍ଟ ଗ୍ରାହକ ସନ୍ତୁଷ୍ଟି ଏବଂ ପ୍ରତିଶ୍ରୁତି ପ୍ରଦାନ କରିବୁ ।’’ ଟିଭିଏସ୍ ଆଇକ୍ୟୁବ୍ ସିରିଜ୍‌ର ୩ଟି ଭାରିଆଂଟ, ୧୧ଟି ରଙ୍ଗ ଏବଂ ୩ଟି ଚାର୍ଜିଂ ବିକଳ୍ପରେ ଉପଲବ୍ଧ ହୋଇଛି । ଟିଭିଏସ୍ ଆଇକ୍ୟୁବ୍ ଏସ୍‌ ଟିଭିଏସ୍ ଆଇକ୍ୟୁବ୍ ଏସ୍ ଭାରିଆଂଟ୍‌ରେ ଟିଭିଏସ୍ ମୋଟର ଡିଜାଇନ୍ କରିଥିବା ୩.୪ କିଲୋୱାଟ୍ ବ୍ୟାଟେରି ସହ ଆସୁଛି ଏବଂ ଏହା ଚାର୍ଜ ପିଛା ୧୦୦ କିମିର ବାସ୍ତବ ଅନ୍‌-ରୋଡ୍ ରେଂଜ୍ ପ୍ରଦାନ କରୁଛି । ଟିଭିଏସ୍ ଆଇକ୍ୟୁବ୍ ଏସ୍‌ରେ ୭ ଇଂଚ୍‌ର ଟିଏଫ୍‌ଟି ରହିଛି ଯାହା ଯୋଗାଯୋଗ, ମ୍ୟୁଜିକ୍ ନିୟନ୍ତ୍ରଣ, ଥିମ୍ ପର୍ସନାଲାଇଜେସନ୍‌,ପ୍ରତ୍ୟକ୍ଷ ନୋଟିଫିକେସନ୍ ସମେତ ଯାନ ସ୍ୱାସ୍ଥ୍ୟର ୫-ଉପାୟର ଉଲ୍ଲାସ ପ୍ରଦାନ କରୁଛି । ଟିଭିଏସ୍ ଆଇକ୍ୟୁବ୍ ଏସ୍ ଚାରିଟି ରଙ୍ଗ ଭାରିଆଂଟ୍‌ରେ ଉପଲବ୍ଧ ହୋଇଛି ।ଟିଭିଏସ୍ ଆଇକ୍ୟୁବ୍‌ ଟିଭିଏସ୍ ଆଇକ୍ୟୁବ୍ ଏସ୍ ବେସ୍ ଭାରିଆଂଟ୍‌ରେ ଟିଭିଏସ୍ ମୋଟର ଡିଜାଇନ୍ କରିଥିବା ୩.୪ କିଲୋୱାଟ୍ ବ୍ୟାଟେରି ସହ ଆସୁଛି ଏବଂ ଏହା ଚାର୍ଜ ପିଛା ୧୦୦ କିମିର ବାସ୍ତବ ଅନ୍‌-ରୋଡ୍ ରେଂଜ୍ ପ୍ରଦାନ କରୁଛି ଏବଂ ଏଥିରେ ୫ ଇଂଚ୍‌ର ଟିଏଫ୍‌ଟି ସହିତ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ ଆସିଷ୍ଟ୍ ରହିଛି । ଟିଭିଏସ୍ ଆଇକ୍ୟୁବ୍ ବେସ୍ ଭାରିଆଂଟ୍ ତିନିଟି ରଙ୍ଗରେ ଉପଲବ୍ଧ ହୋଇଛି । ଟିଭିଏସ୍ ଆଇକ୍ୟୁବ୍ ଏସ୍‌ଟି ଟପ୍ ଲାଇନ୍ ଭାରିଆଂଟ୍‌, ଟିଭିଏସ୍ ଆଇକ୍ୟୁବ୍ ଏସଟିରେ ଟିଭିଏସ୍ ମୋଟର ଡିଜାଇନ୍ କରିଥିବା ୫.୧ କିଲୋୱାଟ୍ ବ୍ୟାଟେରି ସହ ଆସୁଛି ଏବଂ ଏହା ଚାର୍ଜ ପିଛା ୧୪୦ କିମିର ବାସ୍ତବ ଅନ୍‌-ରୋଡ୍ ରେଂଜ୍ ପ୍ରଦାନ କରୁଛି । ଟିଭିଏସ୍ ଆଇକ୍ୟୁବ୍ ଏସ୍‌ଟିରେ ୭ ଇଂଚ୍‌ର ଟିଏଫ୍‌ଟି ଟଚ୍‌ସ୍କ୍ରିନ୍ ସହିତ ୫-ୱେ ଜୟଷ୍ଟିକ୍‌,ମ୍ୟୁଜିକ୍ କଂଟ୍ରୋଲ୍‌,ପ୍ରତ୍ୟକ୍ଷ ନୋଟିଫିକେସନ୍ ସହିତ ଯାନ ସ୍ୱାସ୍ଥ୍ୟ, ୪ଜି ଟେଲିମେଟିକ୍‌ସ ଏବଂ ଓଟିଏ ଅପ୍‌ଡେଟ୍ ଭଳି ଇଟେଂଲିଜେଂଟ୍ ସୁବିଧା ରହିଛି । ଏହି ସ୍କୁଟର୍ ଅସୀମିତ ଥିମ୍ ପର୍ସନାଲାଇସେନ୍‌, ଭଏସ୍ ଆସିଷ୍ଟ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଆଲେକ୍ସା ସ୍କିଲ୍‌ସେଟ୍ ପ୍ରଦାନ କରୁଛି । ଟିଭିଏସ୍ ଆଇକ୍ୟୁବ୍ ଏସ୍‌ଟି ଚାରିଟି ଅଲ୍‌ଟ୍ରା-ପ୍ରିମିୟମ୍ ରଙ୍ଗ ବିକଳ୍ପରେ ଉପଲବ୍ଧ ହୋଇଛି ଏବଂ ୧.୫ କିଲୋୱାଟ୍ ଫାଷ୍ଟ୍ ଚାର୍ଜିଂ ଏବଂ ଦୁଇ ହେଲ୍‌ମେଟ୍ ରହିବା ଭଳି ସିଟ୍ ତଳେ ୩୨ ଳିଟର୍‌ର ଷ୍ଟୋରେଜ୍ ସ୍ଥାନ ରହିଛି । ଉନ୍ନତ ନାଭିଗେସନ୍ ବ୍ୟବସ୍ଥା, ଟେଲିମେଟିକ୍‌ସ ୟୁନିଟ୍‌, ଆଂଟି ଥେଫ୍‌ଟ ଓ ଜିଓଫେନ୍‌ସିଙ୍ଗ୍ ସୁବିଧା ସହିତ ଟିଭିଏସ୍ ସ୍ମାର୍ଟଏକ୍ସକନେକ୍ଟ୍ ଆହୁରି ରୁଦ୍ଧିମନ୍ତ ହୋଇଛି । ଟିଭିଏସ୍ ଆଇକ୍ୟୁବ୍ ଆଲେକ୍ସା ସ୍କିଲସେଟ୍ ଗ୍ରାହକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିବା ଲାଗି ଭଏସ୍ କମାଣ୍ଡ୍ ବ୍ୟବହାର କରିବାର ସୁବିଧା ପ୍ରଦାନ କରିବ ।୯୫୦ ୱାଟ୍ ଏବଂ ୬୫୦ ୱାଟ୍ କ୍ଷମତାର ପ୍ଲଗ୍‌-ଆଣ୍ଡ୍‌-ପ୍ଲେ କ୍ୟାରି ସହ ଅଫ୍‌-ବୋର୍ଡ ଚାର୍ଜର୍ ବିକଳ୍ପ ଏବଂ ୩ ଘଂଟା ଏବଂ ୪.୫ ଘଂଟା ଚାର୍ଜିଂ ସମୟ ସହ ଯଥାକ୍ରମେ ଟିଭିଏସ୍ ଆଇକ୍ୟୁବ୍ ଏସ୍‌ଟି ଏବଂ ଟିଭିଏସ୍ ଆଇକ୍ୟୁବ୍ ଏସ୍ ଉପଲବ୍ଧ ହୋଇଛି । ଆମ ୱେବସାଇଟ୍‌ରେ ଟିଭିଏସ୍ ଆଇକ୍ୟୁବ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଏସ୍‌ର ବୁକିଂ ଆରମ୍ଭ ହୋଇଛି । ଏହି ମଡେଲ୍‌ଗୁଡ଼ିକର ଡେଲିଭରି ମଧ୍ୟ ଜାରି ରହିଛି । ଆମର ସାରା ଦେଶରେ ଥିବା ୧୬୫ରୁ ଅଧିକ ଡିଲରସିପ୍‌ରେ ୮୫ଟି ସହରରେ ଉଭୟ ସ୍କୁଟର ଉପଲବ୍ଧ ରହିଛି । ଟିଭିଏସ୍ ଆଇକ୍ୟୁବ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଏସ୍ ଯଥାକ୍ରମେ ଆକର୍ଷଣୀୟ ମୂଲ୍ୟ ୧୧୦,୮୮୮ ଟଙ୍କାରେ ଏବଂ ୧୧୭,୮୧୮ ଟଙ୍କାରେ (ଫେମ୍‌-୨ ଓ ରାଜ୍ୟ ସବ୍‌ସିଡି ସମେତ ଅନ୍‌-ରୋଡ୍ ଭୁବନେଶ୍ୱର) ଉପଲବ୍ଧ ହେବ ।

 

Exit mobile version