Home ଓଡ଼ିଶା ଧାମନଗର ଉପନିର୍ବାଚନ ପ୍ରଚାର ଶେଷ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ଧାମନଗର :– ଧାମନଗର ଉପନିର୍ବାଚନ ପ୍ରଚାର ସରିଲା, ଆଉ ଦିନକ ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ପ୍ରଚାରର ଶେଷ ଦିନରେ ଭୋଟରକୁ ଆକୃଷ୍ଟ କରିବାକୁ ଜୋରଦାର କସରତ କରିଛନ୍ତି ସବୁ ଦଳର ପ୍ରାର୍ଥୀ । ଗାଁ ଗାଁରେ ବାଇକ ରାଲି ସହିତ ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନରେ କମ୍ପିଲା ଧାମନଗର । ହଜାର ହଜାର କର୍ମୀଙ୍କୁ ନେଇ ବଡ଼ ବାଇକ ରାଲି କରିଛି ବିଜେଡି । ଲୋକଙ୍କ ପାଖରେ ପହଞ୍ଚି ଭୋଟ ପାଇଁ ନିବେଦନ କରିଛି ଦଳ । ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଘରଘର ବୁଲି ପ୍ରଚାର କରିଛନ୍ତି । ସେପଟେ ଭୋଟିଂ ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ । ପ୍ରତି ବୁଥକୁ ପଠାଯାଉଛି ଇଭିଏମ । କାଲି ସମସ୍ତ ବୁଥରେ ଇଭିଏମ ପହଞ୍ଚିବ । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାର ୪୧୭ ମତଦାତା ବାଛିବେ ନିଜର ବିଧାୟକଙ୍କୁ । ମତଦାନ ପାଇଁ ୨୫୨ ପୋଲିଂ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୮୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଦିବ୍ୟାଙ୍ଗଙ୍କଠୁ ପୋଷ୍ଟାଲ ବାଲାଟ ସଂଗ୍ରହ ହୋଇଛି । ୧୦୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୨୬ ଜଣ ମାଇକ୍ରୋ ଅବଜର୍ଭର, ୨ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ୍ ବିଏସଏଫ୍, ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ନିର୍ବାଚନ ପାଇଁ ମୁତୟନ ହେବେ । ନଭେମ୍ବର ୩ ତାରିଖରେ ଭୋଟ ହୋଇ ୬ ତାରିଖରେ ଫଳ ପ୍ରକାଶ ପାଇବ । ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । Categories: ଓଡ଼ିଶା, ଭଦ୍ରକ, ରାଜନୀତି, ହୋମ୍ Related Content ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026 ପୋଲିସ ଦ୍ବାରା ୪ ବାଇକ୍ ଜବତ,୫ ଲୁଟେରା ଗିରଫ by Proprietor Abhimanyu Maharana September 27, 2026 ଆଗାମୀ ପାର୍ବଣ ଲାଗି ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ହିରୋଇନ୍ ଜବତ by Proprietor Abhimanyu Maharana September 27, 2026 ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା by Proprietor Abhimanyu Maharana September 26, 2026 Action TESA Celebrates National Carpenter’s Day, Announces Mega Benefit Programs for Carpenters by Proprietor Abhimanyu Maharana September 26, 2026