ନଭେମ୍ବର ୩୦ରୁ ଡିସେମ୍ବର୪ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କନକ୍ଳେଭ ୨୦ ରୁ ୨୫ ଦିନ ମଧ୍ୟରେ ସରିବ ପାଭିଲିୟନ ପ୍ରସ୍ତୁତି ।
ଯୋଗ ଦେବେ ବିଭିନ୍ନ ଦେଶ ବିଦେଶର ଶିଳ୍ପପତି ଓ ପ୍ରତିନିଧି ନିଯୁକ୍ତି ସୁଯୋଗ ସୃଷ୍ଟି ଓ କଞ୍ଚାମାଲ ଉପଲବ୍ଧ କ୍ଷେତ୍ରକୁ ଅଧିକ ସୁଯୋଗ ।

ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :-ତା-୦୧.୧୧.୨୦୨୨ ଚଳିତ ନଭେମ୍ବର ମାସ ୩୦ରୁ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମେକଇନ୍ ଓଡିଶା କନକ୍ଲେଭ-୨୦୨୨ କ୍ଷ ଏହି ପରିପ୍ରେକ୍ଷୀରେ ଆଜି ଜନତା ମଇଦାନ ଠାରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋ ଏବଂ ଇପିକଲର ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ଉପସ୍ଥିତିରେ ଇଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆ ଏହି ଭୂମି ପୂଜନ କାର୍ଯ୍ୟକୁ ସମାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ ଯେ, ୨୦୧୬ରେ ପ୍ରଥମ ଓ ୨୦୧୮ ରେ ଦ୍ୱିତୀୟ ସଂସ୍କରଣ ଆୟୋଜନ ପରେ ଏହା ହେଉଛି ମେକ୍ ଇନ୍ ଓଡ଼ିଶା କନକ୍ଳେଭର ୩ୟ ସଂସ୍କରଣ । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଓ୍ୱେବ୍ ସାଇଟ୍ ଏବଂ ମୋବାଇଲ ଆପ୍ ର ଶୁଭାରମ୍ଭ କରିଛନ୍ତି । ଆଜି ଏହି ଉପଲକ୍ଷେ ପାଲିଲିୟନ୍ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ମେକ୍ ଇନ୍ ଓଡିଶାରେ ଯେଉଁମାନେ ଅଂଶଗ୍ରହଣ କରିବେ, ସେମାନଙ୍କର ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଏହି ସଂସ୍କରଣ ପାଇଁ ଜନତା ମଇଦାନରେ ପାଭିଲିୟାନ ପ୍ରସ୍ତୁତି ନିମନ୍ତେ ଆଜି ଶୁଭାରମ୍ଭ ହୋଇଛି । ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୨୦ ରୁ ୨୫ ଦିନ ଲାଗିବ । ଆୟୋଜିତ ଏହି ୫ ଦିନିଆ କନକ୍ଳେଭକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନଭେମ୍ବର ୩୦ ତାରିଖ ସଂଧ୍ୟାରେ ଉଦ୍ଘାଟନକରିବେ । ଡିସେମ୍ବର ୧ ତାରିଖ ସକାଳେ ପ୍ଲିନାରୀ ସେସନ ଅନୁଷ୍ଠିତ ହେବ ।
