କଇଥ ପଲ୍ଲୀ ଅଷ୍ଟ ପ୍ରହରୀ ଓ ନାମ ଯଜ୍ଞରେ ଯୋଗଦେଲେ – ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ କଇଥ ପଲ୍ଲୀ ରେ ତ୍ରିନାଥ ଠାକୁରଙ୍କ ୩୧ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ସରପଞ୍ଚ ଗାୟତ୍ରୀ ବେହେରା, ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଜିଲ୍ଲା ସେବା ସମବାୟ ସମିତି ଡ଼ାଇରେକ୍ଟର ସୂର୍ଯ୍ୟ ନାରାୟଣ ସାହୁ, ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା, ଗାତେରୀ ସରପଞ୍ଚ ଙ୍କ ପ୍ରତିନିଧି ସରୋଜ ସାହାଣୀ ,ସମାଜ ସେବୀ ବିଭୂତି ଭୂଷଣ ବେହେରା ଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Exit mobile version