ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସବା ସଂଘ ଗଜପତି ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) ପାରଳାଖେମୁଣ୍ଡି :-ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ ତଥା ନୂତନ କର୍ମକର୍ତ୍ତା ନିର୍ବାଚନ ଗଜପତି କ୍ଷୁଦ୍ର ଜଳସେଚନ ବିଭାଗ ର ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାଖାର ଚାଳିଶରୁ ଉର୍ଦ୍ଧ୍ବ ଇଞ୍ଜିନିୟର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଶାଖା ସଭାପତି ରୂପେ ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସମ୍ପାଦକ ରୂପେ ଇଞ୍ଜିନିୟର ଶିବ ପ୍ରସାଦ ପାଳ ନିର୍ବାଚିତ ହୋଇଥିଲେ । ଆଜିର କାର୍ଯ୍ୟକ୍ରମରେ ସଂଘ ଗୃହ ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଥିଲା କେନ୍ଦ୍ରୀୟ ସଭାପତି ଇଞ୍ଜିନିୟର ଶ୍ରୀକାନ୍ତ ମହାପାତ୍ର ଉକ୍ତ ବୈଠକରେ ଯୋଗ ଦେଇଥିଲେ।

ସମସ୍ତ ସଭ୍ୟ,ସଭ୍ୟା ମାରଣତ୍ତର ରାଶି ପ୍ରଦାନ କେନ୍ଦ୍ରୀୟ ସଂଘ ବନ୍ଦ କରିଥିବାରୁ କ୍ଷୋଭ ପ୍ରକାଶ କରିଥଲେ। ନିକଟରେ ଇହଧାମ ତ୍ୟାଗ କରିଥିବା ଇଞ୍ଜିନିୟର ଶ୍ରୀ ରାଉଳଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ତାଙ୍କର ମାରଣତ୍ତର ରାଶି ତାଙ୍କ ପରିବାରକୁ ପ୍ରଦାନ କରିବାକୁ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କୁ ଅନୁରୋଧ କରା ଯାଇଥିଲା। ଶେଷରେ ଅତିରିକ୍ତ ଜୋନାଲ ସମ୍ପାଦକ ଇଞ୍ଜିନିୟର କେ . ନାଗେଶ୍ଵର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ସଭା ସାଙ୍ଗ ଘୋଷଣା କରିଥଲେ।

Exit mobile version