Home ଓଡ଼ିଶା ଗଜପତି ଜିଲ୍ଲା କୋର୍ଟ ତରଫରୁ ମାଗଣା ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ଠାରେ ଗଜପତି ଜିଲ୍ଲା ନ୍ୟାୟଳୟ ତରଫରୁ ଏକ ରକ୍ତ ପରୀକ୍ଷା ଶିବିର ଅନୁଷ୍ଟିତ ହୋଇଯାଇଛି । ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଗଜପତି ଜିଲ୍ଲା ନ୍ୟାୟଳୟ ଓ ଗଜପତି ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିରରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଓକିଲ ଓ କୋର୍ଟ କର୍ମଚାରୀ ମାନଙ୍କ ପାଇଁ ମାଗଣା ରକ୍ତ ପରୀକ୍ଷା କରଯାଇଥିଲା । ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଗଣ ଯଥା ପରିବାର ଅଦାଲତର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , କୋର୍ଟ ରେଜିସ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପ-ଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରାଙ୍କ ସମେତ ଓକିଲ ସଂଘ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ ଓ ବଋଷ୍ଠ ଓକିଲ ବୃନ୍ଦ ଯଥା ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ , ଶ୍ରୀ ଏଲ୍. କେ. ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ପରୀକ୍ଷା କରାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଉପସ୍ଥିତ ରହି ରକ୍ତ ପରୀକ୍ଷା କେନ୍ଦ୍ରରେ ସୁପରିଚାଳନା କରିଥିବା ବେଳେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିର ରେ ଯକୃତ, ବୃକକ, ଲିପିଡ଼ ପ୍ରୋଫାଇଲ ଟେଷ୍ଟ , ଥାଇରୋଇଡ, ମଧୁମେହ ଇତ୍ୟାଦି ପରୀକ୍ଷା ମାନ କରାଯାଇଥିବା ସୂଚନା ଦେଇଥିଲେ। ଆୟୋଜିତ ରକ୍ତ ପରୀକ୍ଷା ଶିବିରରେ କୋର୍ଟର ସମସ୍ତ କର୍ମଚାରୀ ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହି ନିଜ ନିଜ ରକ୍ତ ପରୀକ୍ଷା କରିଥିଲେ। ସମସ୍ତ କାର୍ଯ୍ୟକୁ କୋର୍ଟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ବିରିଡି ଅଞ୍ଚଳରେ 50 ଟି ପୂଜା ମଣ୍ଡପ ଝଲସୁଛି by Proprietor Abhimanyu Maharana October 18, 2026 ଦୁର୍ଗାପୂଜାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ‘ଶକ୍ତି ସୁରକ୍ଷା’ ଅଭିଯାନ ପାର୍ବଣର ଆନନ୍ଦ, ସୁରକ୍ଷାର ସଂକଳ୍ପ by Proprietor Abhimanyu Maharana October 18, 2026 ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ by Proprietor Abhimanyu Maharana October 18, 2026 ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ by Proprietor Abhimanyu Maharana October 18, 2026 BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026