Home ଓଡ଼ିଶା କୋଲକାତା ଠାରେ ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଚିତ୍ରରେ ଓଡିଶାର କଳା ଓ ସଂସ୍କୃତିର ବିଭବ ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) ଭୁବନେଶ୍ୱର :- ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ମିଳିତ ସହଯୋଗରେ କୋଲକାତା ସ୍ଥିତ ଆଇ.ସି.ସି.ଆର. ଅବନୀନ୍ଦ୍ରନାଥ ଟାଗୋର ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଛି ଓଡ଼ିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ । ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରି ଏହି ପ୍ରଦର୍ଶନୀ ଦ୍ୱାରା ଓଡ଼ିଶା ଓ କଲିକତାର ଆଧୁନିକ ଶିଳ୍ପୀମାନଙ୍କ ଭାବର ଆଦାନ ପ୍ରଦାନ ଆହୁରି ବଳିଷ୍ଠ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହି ପ୍ରଦର୍ଶନୀରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ । ଆଇ.ସି.ସି.ଆର. କ୍ଷେତ୍ର ନିର୍ଦ୍ଦେଶିକ ମିନାକ୍ଷୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ରକଳାର ଭୁୟସୀ ପ୍ରଶଂସା କରିଥିଲେ। ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀମାନଙ୍କଠାରୁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ସଂଗୃହିତ ୪୦ଟି ଚିତ୍ର ସ୍ଥାନ ପାଇଛି । ଉତ୍ସବ ଅବସରରେ ଶିଳ୍ପୀମାନଙ୍କ ଚିତ୍ରକଳାକୁ ନେଇ ଏକ ରଙ୍ଗିନ କ୍ୟାଟେଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ପ୍ରଦର୍ଶିତ ହୋଇଥିବା ଚିତ୍ର ଗୁଡିକରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରା, ନାରୀ ସ୍ୱାଧୀନତା, ଓଡ଼ିଶାର ସୁପ୍ରସିଦ୍ଧ ଧନୁଯାତ୍ରା, ଆଦିବାସୀ ସଂସ୍କୃତି ଓ କଳା, ଓଡ଼ିଶାର ଗ୍ରାମ୍ୟ ଜୀବନର ଦୃଶ୍ୟ ସହିତ ଅନେକ ସୃଜନଶୀଳ ଚିତ୍ରକଳା ସ୍ଥାନ ପାଇଛି।ଏହି ପ୍ରଦର୍ଶନୀ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ଉତ୍ସବ ଓ ପ୍ରଦର୍ଶନୀକୁ ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସଂଚାଳନ କରିଥିଲେ । ପ୍ରଦର୍ଶନୀ ଅବସରେ କୋଲକାତାର ଅନେକ ବରିଷ୍ଠ ଓ ଯୁବଶିଳ୍ପୀ ତଥା କଳାପ୍ରେମୀ ଓ କଳା ସମୀକ୍ଷକ ଯୋଗ ଦେଇ ଓଡ଼ିଶାର ସମସାମୟିକ ଚିତ୍ରକଳାର ଭୂୟଶୀ ପ୍ରଶଂସା କରିଥିଲେ। Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026 ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ by Proprietor Abhimanyu Maharana August 2, 2026 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ by Proprietor Abhimanyu Maharana August 2, 2026