ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ଖୋର୍ଦ୍ଧା/ଜଟଣୀ :- ଅଲ୍ ଇଣ୍ଡିଆ ରେଳୱେ ମେନ୍ସ ଫେଡରେସନ ର ୯୮ତମ ବାର୍ଷିକ ଅଧିବେଶନ ଆସନ୍ତା ନଭେମ୍ବର ମାସ ୨୯ ଓ ୩୦ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନର ଜୋନାଲ ସାଧାରଣ ସମ୍ପାଦକ ପ୍ରଦୀପ ପାଟସାହାଣୀ ଖୋର୍ଦ୍ଧାରୋଡ଼ ଶ୍ରମିକ ୟୁନିଅନ ହେଡ୍ କ୍ୱାଟର ବ୍ରାଞ୍ଚ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋନାଲ ସାଧାରଣ ସମ୍ପାଦକ ପ୍ରଦୀପ ପାଟସାହାଣୀ ସୁଚନା ଦେଇ କହିଛନ୍ତି ଯେ ଅଲ୍ ଇଣ୍ଡିଆ ରେଲୱେ ମେନ୍ସ ଫେଡରେଷନର ୯୮ତମ ବାର୍ଷିକ ଅଧିବେଶନ ଆସନ୍ତା ନଭେମ୍ବର ମାସ ୨୯ ଓ ୩୦ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ । 
ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଦ୍ଵାରା ଆୟୋଜିତ ଏହି ଅଧିବେଶନରେ ସାରା ଭାରତରୁ ଅନ୍ୟୁନ ୧୫ ହଜାର ରୁ ଉର୍ଦ୍ଧ୍ବ ରେଳ କର୍ମଚାରୀ ଯୋଗଦେବେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ରେଲୱେ ମନ୍ତ୍ରଣାଳୟର ସିଇଓ ତଥା ଚେଆରମ୍ୟାନ ଙ୍କ ସହିତ ମନ୍ତ୍ରଣାଳୟର ବହୁ ପଦାଧିକାରି ଏବଂ ଇଣ୍ଟର ନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡରେସନ ଲଣ୍ଡନ ର ସାଧାରଣ ସମ୍ପାଦକ ଷ୍ଟିପେନ କୋଟେନ୍, ଆଫ୍ରିକା ରୁ ଉପା’ଦ୍ଧକ୍ଷ ନଜୀମ ଉସମାନ,ଉତ୍ତର ଆମରିକା ରୁ ଯୋନ ବେକର ଓ ଲଣ୍ଡନ ରୁ ନୋଏଲ କର୍ଡ ପ୍ରମୁଖ ଆନ୍ତର୍ଜାତିକ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଫାଇନାନ୍ସ ସେକ୍ରେଟାରୀ ଏମଡି ଜାକିର ଉଦିନ୍, ଖୋର୍ଦ୍ଧାରୋଡ଼ ମଣ୍ଡଳ ସଂଯୋଜକ ରଞ୍ଜିତ ଦାସ ଓ ଜୋନାଲ କୋ ଅର୍ଡିନେଟର ଅମ୍ରିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
