Home ଓଡ଼ିଶା ବୈପାରିଗୁଡା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ମକ୍ ଡ୍ରିଲ୍ କରି ଛାତ୍ରଛାତ୍ରୀଙ୍କୁ କଲେ ସଚେତନତା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗିନିଗୁଡା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଠାରେ ବୈପାରିଗୁଡା ଅଗ୍ନିଶମ ବିଭାଗ ତରଫରୁ ଏକ ସଚେତନତା ପାଇଁ ବିଦ୍ୟାଳୟ ପରିସରରେ ଅଗ୍ନି ନିର୍ବାପକ ( ମକ୍ ଡ୍ରିଲ୍ ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଓଆଇସି ଉମେଶ ଚନ୍ଦ୍ର ବାଗଙ୍କ ତତ୍ୱାବଧାନରେ ଅଗି୍ନଶମ ବିଭାଗର ଅଚ୍ୟୁତ ଓରାମ, ଟି.ଚାଲାଣ, ଜି.ହିକିମ, ଏସ.ଡି.ଶବର, ବି.ଏସ ଆଗୁ, ଟି.ସେଠୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ଗ୍ୟାସ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଆଁ ଲାଗିଲେ ନିଜେ ବଂଚିବା ସହ ଅନ୍ୟମାନଙ୍କୁ କିଭଳି ଭାବରେ ନିଆଁ ଦାଉରୁ ରକ୍ଷା କରାଯାଇପାରିବ ସେନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରିବା ସହ ତାଲିମ ପ୍ରଦାନ କରିଥିଲେ । ହଠାତ୍ ନିଆଁ ଲାଗିଲେ କିପରି ସୁରକ୍ଷିତ ରଖିପାରିବେ ସେହି ବିଷୟକୁ ନେଇ ଛାତ୍ରଛାତ୍ରୀ ମାନଙ୍କୁ ମକ୍ ଡ୍ରିଲ ମାଧ୍ୟମରେ ଦେଖାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ । ଏହି ମକ୍ ଡ୍ରିଲ୍ ଚାଲିଥିବା ବେଳେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଉାତ୍ରଛାତ୍ରୀ ଉପସ୍ଥିତ ଥିବା ନେଇ ଅଗ୍ନିଶମ କାର୍ଯ୍ୟାଳୟର ଓଆଇସି ଉମେଶ ଚନ୍ଦ୍ର ବାଗ ସୂଚନା ଦେଇଛନ୍ତି । Categories: ଓଡ଼ିଶା, କୋରାପୁଟ, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026