Home ଓଡ଼ିଶା ବୈପାରିଗୁଡା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ମକ୍ ଡ୍ରିଲ୍ କରି ଛାତ୍ରଛାତ୍ରୀଙ୍କୁ କଲେ ସଚେତନତା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗିନିଗୁଡା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଠାରେ ବୈପାରିଗୁଡା ଅଗ୍ନିଶମ ବିଭାଗ ତରଫରୁ ଏକ ସଚେତନତା ପାଇଁ ବିଦ୍ୟାଳୟ ପରିସରରେ ଅଗ୍ନି ନିର୍ବାପକ ( ମକ୍ ଡ୍ରିଲ୍ ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଓଆଇସି ଉମେଶ ଚନ୍ଦ୍ର ବାଗଙ୍କ ତତ୍ୱାବଧାନରେ ଅଗି୍ନଶମ ବିଭାଗର ଅଚ୍ୟୁତ ଓରାମ, ଟି.ଚାଲାଣ, ଜି.ହିକିମ, ଏସ.ଡି.ଶବର, ବି.ଏସ ଆଗୁ, ଟି.ସେଠୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ଗ୍ୟାସ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଆଁ ଲାଗିଲେ ନିଜେ ବଂଚିବା ସହ ଅନ୍ୟମାନଙ୍କୁ କିଭଳି ଭାବରେ ନିଆଁ ଦାଉରୁ ରକ୍ଷା କରାଯାଇପାରିବ ସେନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରିବା ସହ ତାଲିମ ପ୍ରଦାନ କରିଥିଲେ । ହଠାତ୍ ନିଆଁ ଲାଗିଲେ କିପରି ସୁରକ୍ଷିତ ରଖିପାରିବେ ସେହି ବିଷୟକୁ ନେଇ ଛାତ୍ରଛାତ୍ରୀ ମାନଙ୍କୁ ମକ୍ ଡ୍ରିଲ ମାଧ୍ୟମରେ ଦେଖାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ । ଏହି ମକ୍ ଡ୍ରିଲ୍ ଚାଲିଥିବା ବେଳେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଉାତ୍ରଛାତ୍ରୀ ଉପସ୍ଥିତ ଥିବା ନେଇ ଅଗ୍ନିଶମ କାର୍ଯ୍ୟାଳୟର ଓଆଇସି ଉମେଶ ଚନ୍ଦ୍ର ବାଗ ସୂଚନା ଦେଇଛନ୍ତି । Categories: ଓଡ଼ିଶା, କୋରାପୁଟ, ହୋମ୍ Related Content ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀକାଳୀନ ପ୍ରସ୍ତୁତି ବୈଠକ by Proprietor Abhimanyu Maharana October 27, 2026 ଶ୍ରୀକ୍ଷେତ୍ର ୟୁଥ କଲ୍ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତ : ସଙ୍ଗୀତରେ ଝୁମିଲେ ଦର୍ଶକ by Proprietor Abhimanyu Maharana October 27, 2026 ଏକପଦୀ କବିତା ଗ୍ରନ୍ଥ ଶତପର୍ବା ପୁସ୍ତକ ଉନ୍ମୋଚିତ by Proprietor Abhimanyu Maharana October 27, 2026 ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 27, 2026 ୬୬୨ ବର୍ଗ କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ )ର ରାଜ୍ୟ ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana October 27, 2026 ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୮ ବର୍ଷ ଧରି ନରନାରାୟଣ ପ୍ରସାଦ ସେବା by Proprietor Abhimanyu Maharana October 27, 2026