ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର )ଗଜପତି :- ରାଜ୍ୟ ଶ୍ରମ ଓ ନିୟୋଜନ ବିଭାଗ ପ୍ରମୁଖ ସଚିବ ତଥା ଗଜପତି ଜିଲ୍ଲା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ୍ ଶୁକ୍ରବାର ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି l ସକାଳେ ଜିରlଙ୍ଗ ବୌଦ୍ଧ ମନ୍ଦିର ଓ ଖସଡ଼ା ଜଳ ପ୍ରପାତ ପରିଦର୍ଶନ କରିବା ସହ ଏପଲ୍ ବେର ପ୍ଲାଣ୍ଟେଶନ ବୁଲି ଦେଖିଥିଲେ l ଏହାପରେ ମୋହନା ବ୍ଲକର ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିଦର୍ଶନ କରି ଆଦିବାସୀଙ୍କ ଜୀବନ ଶୈଳୀ ଉପରେନିର୍ମିତମିୟୁଜୀୟମ ଦେଖିଥିଲେ l ଏହାକୁ ଦେଖି ବହୁତ ଖୁସି ବ୍ୟକ୍ତ କରିଥିଲେ l ଏହା ପରେ ଯୁବଗାଁ ଆଶ୍ରମ ବିଦ୍ୟାଳୟ ମଡେଲ ଲାଇବ୍ରେରୀ , ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର, ଲେମନ୍ ଗ୍ରାସ ପ୍ଲାଣ୍ଟ ପରିଦର୍ଶନ ସହ ଲଖlରି ଅଭୟାରଣ୍ୟ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ l ଏହା ପରେ ଜିରlଙ୍ଗ ବୌଧମନ୍ଦିର ରେ ଥିବା ପଦ୍ମ ସାଗର ବୋଟିଂ ଉଦଘାଟନ କରିଥିଲେ l ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କେତେ ଅଗ୍ରଗତି ହୋଇଛି ତାହାର ସମୀକ୍ଷା କରିଥିଲେ l
ଜିଲ୍ଲାରେ ଅନେକ ପ୍ରକଳ୍ପ ରହିଛି ତାହାର ସଫଳ ରୂପାୟନ ହୋଇପାରିଲେ ଲୋକେ ରୋଜଗାର ପାଇବେ l ଆଗlମୀ ଦିନରେ କିଭଳି ଜିଲ୍ଲାରୁ ଦାଦନ ସମସ୍ୟା ଦୂର ହୋଇପାରିବ ସେ ନେଇ ମଧ୍ୟ ଗୁରୁତ୍ଵ ଦିଆ ଯାଉଥିବା ନେଇ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ତାଙ୍କର ଗସ୍ତ ସମୟରେ ଶ୍ରମ ସଚିବ ତିରୁମାଲା ନାୟକ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରୋମlଞ୍ଚଳ ଖମାରୀ, ମୋହନା ବିଡ଼ିଓ ତପସ୍ଵିନୀ ହାଁସଦା , ଜିରlଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେନ୍ପୋ ପେମା ଆମ୍ଫେଲଙ୍କ ସମେତ ବନ ବିଭାଗ, ଉଦ୍ୟାନ ବିଭାଗ, ଜଳ ସମ୍ପଦ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଏହା ସହ ଗଜପତି ଜିଲ୍ଲାର ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ମଧ୍ୟ ସ୍ୱତନ୍ତ୍ର ସଚିବଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।ସ୍ୱତନ୍ତ୍ର ସଚିବଙ୍କ ଗସ୍ତ ପରେ ଦୁର୍ଗମ ଅଂଚଳରେ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଦ୍ରୁତ ଗତିରେ ଚକୁରହିବ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।
