ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ.ବିରରାଜୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନକରିଥିଲେ । ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦି କନ୍ଦଗୋମାଙ୍ଗ,ସହକାରୀ ଗୋଷ୍ଠୀ ଅଧିକାରୀ ଶିବାଜୀ କହଁର, ସହକାରୀ ଗୋଷ୍ଠୀ ଅଧିକାରୀ ଟି କିଶୋର କୁମାର ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଶ୍ମିତା ସାମଲ ପ୍ରଦାନ କରିଥିବା ବେଳେ ମଞ୍ଚକୁ ପରିଚାଳନା କରିଥିଲେ ସହକାରୀ ଗୋଷ୍ଠୀ ଅଧିକାରୀ ଟି କିଶୋର କୁମାର, ଏହିସୁରଭି କାର୍ଯ୍ୟକ୍ରମରେ ୮ଗୋଟିକ୍ଲଷ୍ଟୋରଛାତ୍ରଛାତ୍ରୀ ଯୋଗଦେଇ ଯୋଗ ଦେଇ ବକୃତା, ଡ୍ରାମା, ରଚନା ସଂ।ସ୍କୃତିକ କାର୍ଯ୍ୟକ୍ରମ, କ୍ୟୁଇଜ ଏହି ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି  ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା । ଯେଉଁମାନେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସେମାନେ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି । ଏହି ଶିଶୁ ମହୋତ୍ସବର ଲକ୍ଷ୍ୟ ହେଲା ଶିଶୁ ମାନଙ୍କର ଲୁକ୍କାୟିତ କଳାକୁ ପ୍ରସପୁଟିତ କରିବା । ବି. ଆର.ସି ତାପସ କୁମାର ଦେ, ସି.ଆର.ସି ନରେନ୍ଦ୍ର କୁମାର ଭୂୟାଁ, ସି. ଆର.ସି.ତାରେକେଶ୍ୱରି ଜେନା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ

 

Exit mobile version