ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କଂଗ୍ରେସର ଗଡରେ ବିଜେଡିର ଜନ ସମ୍ପର୍କ ଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଗୁମ୍ମା ବ୍ଳକ ର ବିଭିନ୍ନ ଅଞ୍ଚଳ ବୁଲିମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନଜନହିତକରଯୋଜନା ଗୁଡିକ କିପରି ତୃଣମୂଳ ସ୍ତରରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ଓ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ ହୋଇ ପାରିବ । ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ କରି ସରକାରଙ୍କ ଯୋଜନାରେ ପ୍ରକୃତ ହିତାଧିକାରୀ ସାମିଲ ହୋଇ ପାରିବେ । ଜନ ସାଧାରଣ ସଚେତନତା ହେବା ସହ ଜିଲ୍ଲାର ବିକାଶର ଅଗ୍ରଗତି ହୋଇ ପାରିବ ତ ଆଶା କରାଯାଉଛି । ଏହି ପଦଯାତ୍ରାରେ ବିଜେଡ଼ି ଯୁବ ସଭାପତି ଏସ ଲିଙ୍ଗରାଜ, ଲକ୍ଷ୍ମୀକାନ୍ତ ପରିଚ୍ଛା,ଯାମାଦାର ପଟ୍ଟନାୟକ,ପ୍ରଣୋଜ ପଟ୍ଟନାୟକ, ହାଇ ଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ଗୁମ୍ମା ବ୍ଳକଅଧ୍ୟକ୍ଷ ସୁନେମି ମଣ୍ଡଳ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Exit mobile version