ପାରଳାଖେମୁଣ୍ଡି ସ୍ଥିତ ନେହୁର ଛକ ଠାରେ ୪୫ତମ କାଳୀ ପୂଜାଆରମ୍ଭ ୯ଦିନ ଧରି ଏହା ଚାଲିବ

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନେହେରୁ ଛକ ଠାରେ ୪୫ ତମ କାଳୀ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଦୁଇବର୍ଷ କୋଭିଡ ଯୋଗୁ କାଳୀ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇ ପାରିନଥିଲା l କିନ୍ତୁ ଚଳିତ ବର୍ଷ ପୂଜା କମିଟି ଆକର୍ଷଣୀୟ ଭାବେ ମାଆଙ୍କ ପୂଜା ସାଜସଜ୍ଜା କରା ଯାଇଛି। ଏହି ପୂଜା ୯ ଦିନ ପର୍ଯ୍ୟନ୍ତ ହେବ ବୋଲି ଜଣା ପଡିଛି।ସନ୍ଧ୍ୟା ସମୟରେ ଆଲୋକ ସଜ୍ଜାରେ ସହର ଝଲସି ଉଠୁଛି ସନ୍ଧ୍ୟା ସମୟରେ ମାଆଙ୍କ ଆଳତୀ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମହେଉଥିବାର ଦେଖିବାକୁ ମିଳିଛି ।

ଭଜନ ପରିବେଷଣ ଓ ସଂ।ସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ ଜଣାପଡିଛି ନେହେରୁ ଛକ କାଳୀ ପୂଜା କମିଟିର ଭରତ ଭୂଷଣ ମହାନ୍ତି, ଟୁକୁ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ଅଶୋକ ଗନ୍ତାୟତ, ପ୍ରଣୋଜ ପଟ୍ଟନାୟକ, ଫିରୋଜ ପଟ୍ଟନାୟକ ପ୍ରମୁଖ ଏହି ପୂଜା କାର୍ଯ୍ୟ କ୍ରମକୁ ସହଯୋଗ କରୁଛନ୍ତି । ଚଳିତ ବର୍ଷ ମାଆ କାଳୀଙ୍କ ପୂଜାକୁ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ପ୍ରତ୍ୟେକ ଦିନର ନିୟମିତ ପୂଜା ବିଧି ଅନୁଯାୟୀ ପାଳନ କରାଯାଇଛି ।

Exit mobile version