ରାତ୍ରି ଘଟିଲା ଦୁର୍ଘଟଣା ସକାଳେ ଦେଖିଲେ ଲେକେ : ବାଇକ ଦୁର୍ଘଟଣା ରେ ଚାଳକ ମୃତ ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଶନିବାର ) ବୈପାରିଗୁଡା :- ଗଛରେ ପିଟି ହୋଇ ରାତିସାରା ଜଙ୍ଗଲ ଭିତ ରେ ଛଟପଟ ହେଉଥିଲେ ମଧ୍ଯ ଉଦ୍ଧାର କରିବାକୁ ପାଖରେ ନଥିଲେ କିଏ ? ଏମିତି କିଛି ଦୁଃଶ୍ଯ ଆଜି ସକାଳେ ଦେଖିବାକୁ ମିଳିଛି ବୈପାରିଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡି ଚିପାକୁର ଗ୍ରାମପଂଚାୟତ ମଝିରେ ଥିବା ରାସ୍ତାରେ ! ଚିପାକୁର ସରପଂଚ ରାଜୁ ଖିଲ ଓ ପଣସଫୁଟ ଗ୍ରାମର ସ୍ବୋର୍ଚ୍ଚାସେବୀ ବିଜୟ ଖରା ଆଉ କିଛି ଲୋକେ ସେହି ରାସ୍ତା ଦେଇଯାତାୟତ କରୁଥିବା ସମୟରେ ଜଙ୍ଗଲ ମଝିରେ ଏକ ବାଇକ ଦୁର୍ଘଟଣା ଘଟି ଥିବା ଜାଣି ସାଙ୍ଗେ ସାଙ୍ଗେ ଘଟଣା ବିଷୟକୁ ନେଇ ସ୍ଥାନୀୟ ସ୍ବାସ୍ଥ୍ଯକେନ୍ଦ୍ର ଓ ପୋଲିସକୁ ଖବର ଦେଇଥିବାର ଜଣାପଡିଛି ! ଚିପାକୁର ସରପଂଚ ରାଜୁ ଖିଲ ସ୍ଥାନୀୟ ରାମଗିରି ଉପସ୍ବାସ୍ଥ୍ଯକେନ୍ଦ୍ରକୁ ଫୋନ କରି ଜଣାଇ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ଯକେନ୍ଦ୍ରକୁ ଜଣକୁ ପଠାଇଥିଲେ !ବୈପାରିଗୁଡା ଥାନା ଦଣ୍ଡାବାଡି ପଂଚାୟତର ପାଙ୍ଗାମପାଣି ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦିଶାରୀଗୁଡା ଗ୍ରାମର ଦୁଇ ଜଣ ସଦା ନାୟକ ଓ ଗୁନିବନ୍ଦୁ ପୂଜାରୀ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ସାଦାପୁଟ ଗ୍ରାମକୁ ଯାଇ କାଲି ସନ୍ଧ୍ୟାରେ ବାଇକ ଯୋଗେ ନିଜ ଗ୍ରାମ ଦିଶାରୀଗୁଡାକୁ ଫେରୁଥିବା ସମୟରେ ଚିପାକୁର ଦଣ୍ଡାବାଡି ପଂଚାୟତର ମଝିରେ ଥିବା ପାଙ୍ଗାମପାଣି ଛକ ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ପିଟି ହୋଇ ବାଇକ ଚୁରମାର ହେବା ସହ ଦୁଇ ଜଣ ଜଙ୍ଗଲ ମଧ୍ଯରେ ଛିଟିକି ପଡି ଯାଇଥିଲା ବୋଲି ଘଟଣାକୁ ଦେଖି ଅନୁମାନ କରାଯାଉଛି । ବାଇକ ଦୁର୍ଘଟଣାରେ ସଦା ନାୟକଙ୍କ ଘଟଣା ସ୍ଥଳ ରେ ହିଁ ମୃତ୍ୟୁ ଘଟିଥିଲା । ଏବଂ ଅନ୍ଯ ଜଣେ ଗୁନିବନ୍ଦୁ ପୂଜାରୀ ଗୁରୁତର ଭାବେ ଆହାତ ହୋଇ ଜଙ୍ଗଲ ଭିତରେ ପଡି ରହିଥିଲେ ! ରାତ୍ରି ସମୟ ହୋଇଥିବାରୁ ସେହି ରାସ୍ତା ଦେଇ କେହିଁ ମଧ୍ଯଏହି ରାସ୍ତାରେ ଯାତାୟତ କରିନଥିବାରୁ ସକାଳେ ଘଟଣା ଟି ଲୋକଲୋଚନକୁ ଆସିଥିଲା ! ଖବର ପାଇ ବୈପାରିଗୁଡା ଆଇଆଇସି ଅଶ୍ବିନୀ ପଟ୍ଟନାୟକଙ୍କ ନେତୁତ୍ବରେ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ଛାନଭିନ କରିବା ସହ ଶବକୁ ଉଦ୍ଧାର କରିଥିବାର ଜଣାପଡିଛି !

 

Exit mobile version