ବୈପାରିଗୁଡା ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଯୋଗଦାନ କଲେ ୧୩ ଟି କ୍ଲଷ୍ଟର ଛାତ୍ରଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ବୈପାରିଗୁଡା : – ଛାତ୍ରଛାତ୍ରୀଙ୍କ ମାନସିକ,ଶାରୀରିକ ଓ ବୌଦ୍ଧିକ ବିକାଶ ନିମନ୍ତେ କୈଶୋର ସମୟ ହିଁ ପ୍ରକୃଷ୍ଟ ସମୟ ।ଏହାର ବିକାଶ ପାଇଁ ବିଭିନ୍ନ କ୍ଲଷ୍ଟର ସ୍ତରୀୟ ରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ବୈପାରିଗୁଡାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୈପାରିଗୁଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା,ସମ୍ମାନୀୟ ଅତିଥି ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ୧୫୧ ବିଏନର ଜେ.ପି କମାଣ୍ଡେଣ୍ଠ ଅନସୁଲ କୁମାର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଏହି ସୁରଭି କାର୍ଯ୍ୟକ୍ରମ କୋମଳମତି ଛାତ୍ରଛାତ୍ରୀଙ୍କର ବହୁମୁଖୀ ପ୍ରତିଭାକୁ ସଦ୍‌ଭାସିତ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କନକ ମଞ୍ଜୁରୀ ଭତ୍ରା ଏହି ସୁରଭି କାର୍ଯ୍ୟକ୍ରମ ଆୟୋଜକ ଭାବେ ରହିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିମାଂଚଳ ମିଶ୍ର ସଭାପତିତ୍ୱ ଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ଏହି ସୁରଭି କାର୍ଯ୍ୟକ୍ରମରେ ବ୍ଲକର ୧୩ ଟି କ୍ଲଷ୍ଟରରେ ମନୋନୀତ ହୋଇଥିବା ୩୯୦ ଛାତ୍ରଛାତ୍ରୀ ଯୋଗଦେଇ ବକୃତା ,ସୃଜନଶୀଳ ଲିଖନ, ରଚନା, ଚିତ୍ରାଙ୍କନ, ହସ୍ତାକ୍ଷର, ଜଣାଅଜଣା, ସଂଗୀତ,ଦଳଗତ ନୃତ୍ୟ ସହ ୧୯ ପ୍ରକାର ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋବା ସହିତ ବିଭିନ୍ନ ପ୍ରକାର ଆଦିବାସୀ କଳାର ନୃତ୍ୟ ତଥା ସାସ୍କୃତିକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ତାଙ୍କ ମାନଙ୍କ ପ୍ରତିଭା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଦେଖାଇଛନ୍ତି ।

ଏହିସବୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା,ସମ୍ମାନୀୟ ଅତିଥି ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି, ବୈପାରିଗୁଡା ସରପଂଚ, ସମିତିସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ବୈପାରିଗୁଡା ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ସୋଏ ଯୋଗଦାନ କରି ଛାତ୍ରଛାତ୍ରୀଙ୍କର ଶିକ୍ଷା ସହିତ ବୌଦ୍ଧିକ ଶିକ୍ଷା ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଉତମ ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରିବା ସହିତ ପିଲାମାନେ ପିତାମାତା ଓ ଗୁରୁଜନଙ୍କୁ ଭକ୍ତି କରିବା ଲାଗି ଅତିଥି ମାନେ ପରାମର୍ଶ ଦେଇଥିଲେ । ବୈପାରିଗୁଡା ଶିକ୍ଷକ ସଂଘ ସଭାପତି ଚିତାରାମ ବାରିକ, ସମ୍ପାଦକ ସୁରେନ୍ଦ୍ର ଖରା, ପି.ସୁରେଶ ପାତ୍ର, ଶ୍ରୀଧର ରାଓ ଙ୍କ ସହ ସିଆରସିସି ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version