ଭଏସ ଅଫ ନୟାଗଡ଼ ଅକ୍ଟୋବର ୩୦ରୁ ଆରମ୍ଭ

ଅକ୍ଟୋବର ୩୦ (ରବିବାର) ସକାଳ ୮ ଟା ସମୟରେ ସ୍ଥାନୀୟ ରୋଟାରୀ କ୍ଲବ, ନୟାଗଡ଼ ପରିସରରେ ଆୟୋଜନ କରାଯିବ

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ନୟାଗଡ଼ :- ଚଳିତ ବର୍ଷ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ ର ପ୍ରଥମ ଅଡିସନ ଅକ୍ଟୋବର ୩୦ (ରବିବାର) ସକାଳ ୮ ଟା ସମୟରେ ସ୍ଥାନୀୟ ରୋଟାରୀ କ୍ଲବ, ନୟାଗଡ଼ ପରିସରରେ ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟକ୍ରମର କୋଅର୍ଡିନେଟର ଧିରେନ୍ଦ୍ର ପଟ୍ଟନାୟକ ସୁଚନା ପ୍ରଦାନ କରିଛନ୍ତି । ପ୍ରତିଯୋଗୀ ମାନଙ୍କ ବୟସ ୧୪ ବର୍ଷରୁ ୨୧ ବର୍ଷ ଭିତରେ ହେଇଥିବା ଦରକାର ଏବଂ ଏହି କାର୍ଯ୍ୟକ୍ରମରେ କେବଳ ଓଡ଼ିଆ ସଙ୍ଗୀତ ଗାନ କରିବାକୁ ପଡିବ ।ପର୍ଯ୍ୟାୟ କ୍ରମେ ନୟାଗଡ଼ର ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ ଅଡିସନ କରି ପ୍ରତିଯୋଗୀ ଚୟନ କରାଯିବ ବୋଲି ସୁଚନା ମିଳିଛି । ଏହି ପ୍ରତିଯୋଗିତାର ଅନ୍ତିମ ଚରଣ ବିଜେତାଙ୍କୁ ଟ୍ରଫି ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ତା ସହିତ ଓଡ଼ିଶାର ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀ ତାଲ ମ୍ୟୁଜିକ ଏବଂ ସିନେକ୍ରିଟିକ୍ସ ବ୍ୟାନର ରେ ଆଲବମ ଗୀତ ରେକର୍ଡିଂ କରିବାର ସୁଯୋଗ ମିଳିବ ।

Exit mobile version