ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ପ୍ରବଚନ ଓ ଭଜନ

ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର , ଗୁରୁବାର ) ପୁରୀ :- କାର୍ତ୍ତିକ ମାସରେ ମା ମାନେ ହବିଷ କରିବାକୁ ନିଷ୍ଠାର ସହ ରାଇ ଦାମୋଦର ବ୍ରତ ରଖନ୍ତି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ସହଯୋଗ ରେ ପୁରୀ ସହରର ପାଞ୍ଚ ଗୋଟି ହବିଷ୍ୟାଳୀ କେନ୍ଦ୍ରରେ ମା ମାନଙ୍କୁ ହବିଷ ପାଇଁ ରଖାଯାଇଛି । ସେମାନଙ୍କ ପାଇଁ ପ୍ରତ୍ୟୁଷରୁ ସ୍ନାନ ବ୍ୟବସ୍ଥା, ବୃନ୍ଦାବତୀ ପୂଜନ,ଶ୍ରୀଜୀଉ ମାନଙ୍କୁ ଦର୍ଶନ, ମହାପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଛି । ଏହା ସହ ପ୍ରତି ସଂଧ୍ୟାରେ ସମସ୍ତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଜନ,ପ୍ରବଚନ, ପାଲା ଇତ୍ୟାଦି ପରିବେଷଣ କରାଯାଉଛି । ହବିଷ୍ୟାଳୀ ମା ମାନଙ୍କର ହୁଳହୁଳି ଓ କରତାଳି ରେ କମ୍ପି ଉଠୁଛି ପରିବେଶ ।ସେହି ଆଧ୍ୟାତ୍ମିକ ପରିବେଶରେ ସେମାନେ ସେମାନଙ୍କ ଘର ଦ୍ଵାରକୁ ସତେ ଯେମିତି ଭୁଲି ଗଲେଣି । କେତେକ ହବିଷ୍ୟାଳୀ ମା ମଧ୍ୟ ଭଜନ ଜଣାଣ ଓ ସ୍ୱ ରଚିତ ଆଧ୍ୟାତ୍ମିକ କବିତା ଗାନ କରୁଛନ୍ତି । ସମସ୍ତ ମା ମାନେ ରହିବା, ଖାଇବା,ଠାକୁର ଦର୍ଶନ ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଛନ୍ତି । ପୂର୍ବରୁ ଆମେ ଆସି ହବିଷ କରିଥିଲେ ମଧ୍ୟ ଚଳିତ ବର୍ଷ ର ସମସ୍ତ ବ୍ୟବସ୍ଥା ପୂର୍ବ ଠାରୁ ଉନ୍ନତ ଓ ଆରାମ ଦାୟକ ବୋଲି ମା ମାନେ କୁହି ସରକାର ଓ ପ୍ରଶାସନ କୁ ଆଶୀର୍ବାଦ କରିଛନ୍ତି । ଇତି ମଧ୍ୟରେ ସମସ୍ତ ହବିଷ୍ୟାଳୀ ମା ମାନଙ୍କୁ ଗୋଟିଏ ଲେଖାଏଁ କମ୍ବଳ ଓ ଶାଲ ପ୍ରଦାନ କରାଯାଇଛି । ହବିଷ୍ୟାଳୀ ମା ମାନଙ୍କୁ ଠାକୁର ଦର୍ଶନ ସହ ସୁରକ୍ଷା ପାଇଁ ସ୍ୱଛାସେବୀ ଓ ସୁରକ୍ଷା କର୍ମୀ ଯୋଗାଣ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ପରିସ୍କାର, ପରିଛନ୍ନ ଓ ପରିମଳ ବ୍ୟବସ୍ଥା କରାଯାଇଛି ।

 

 

Exit mobile version