କରୋନା ମହାମାରୀ ସମୟରେ ଅସହାୟ ପରିବାରର ଆଶାବାଡି ସାଜିଛି ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ।

ଓଡିଶା ତାଜା ନ୍ୟୁଜ୍‌ (୩୧ ମଇ,ରବିବାର) :- ସମାଜର ଦୁର୍ଦିନରେ ବନ୍ୟା,ବାତ୍ୟା ଅବା ଅଧୁନା କରୋନା ମହାମାରୀ ସମୟରେ ଅନେକ ପରିବାର ନାନାଦି ଅଭାବ ଅସୁବିଧାରେ କାଳାତିପାତ କରୁଥିବା ବେଳେ ଗଣମାଧ୍ୟମ ମାନଙ୍କରୁ ଖବର ପାଇ ସବୁ ସମୟରେ ସହଯୋଗର ଲମ୍ବା ହାତ ବଢାଇ ଚାଲିଛି ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡିଶା ଏବଂ ସେବା ଦିଗରେ ସୃଷ୍ଟିକରିଛି ଉଦାହରଣ ! ଏହିପରି ଯାଜପୁର ବ୍ଲକ ଅଧିନସ୍ଥ ମହେଶ୍ୱର ପୁର ଗ୍ରାମ ପଂଚାୟତର ବ୍ରାହ୍ମଣବାଛପୁର ଗ୍ରାମର ବାଜନ ପରିଡା ଓ ନଳିନୀ ପରିଡାଙ୍କ ପରିବାର ପାଖରେ ଟ୍ରଷ୍ଟର ସ୍ୱେଚ୍ଛାସେବୀ ଵର୍ଗ ପହଞ୍ଚି ତିନି ମାସରୁ ଅଧିକ କାଳ ଚଳିବା ପାଇଁ ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ,ଘର ଉପକରଣ ବିଭିନ୍ନ ସଂରଞ୍ଜାମ ଯଥା ସପ,ବାଲଟି,ପଲଥିନପାଲ ଆଦି ପ୍ରଦାନ କରିଛନ୍ତି !

ଏହି ମହତ ସେଵାକାର୍ଯ୍ୟରେ ଟ୍ରଷ୍ଟର ସଭାପତି ଇଂ. ବିମଳ ଦାସ,କୁନମୁନ ଶାନ୍ତି,ବିରେନ ରାଉତ,ତୁଷାର ଶାନ୍ତି,ଟ୍ରଷ୍ଟର ବରୀ ଶାଖା ସଂଯୋଜକ ଵିଜୟ ସାହୁ,ଦୀପକ ମଲ୍ଲିକ, ସତ୍ୟବ୍ରତ ସାମଲ, ତପନ ଜେନା, ଦେବାଶିଷ ଶାନ୍ତି, ଦେବାଶିଷ ଧଳ, ସଂଗ୍ରାମ ସାହୁ,ନୂଆ ଆଲୋକର ପ୍ରତିଷ୍ଠାତା ରିଙ୍କୁ ମହାନ୍ତି ଆଦି ସମସ୍ତ ସ୍ୱେଚ୍ଛାସେବୀ ବଂଧୁଵର୍ଗ ଉପସ୍ଥିତ ରହି ଅସହାୟ ପରିବାରକୁ ସହଯୋଗ କରିବା ସହ ତାଙ୍କ ମନୋବଳ ବଢାଇଛନ୍ତି ! ଏହିପରି ସେବକାର୍ଯ୍ୟ ଆଗକୁ ଜାରିରହିବ ବୋଲି ସାଂକୃତିକ ସମ୍ପାଦକ ଶିବପ୍ରସାଦ ଦାସ,ମିଡ଼ିଆ ସେଲ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ ଜଣାଇଛନ୍ତି !

ସଭାପତି ଇଂ.ବିମଳ ଚନ୍ଦ୍ର ଦାସ ଟ୍ରଷ୍ଟର କର୍ମକର୍ତ୍ତା,ଗଣମାଧ୍ୟମ,ସାମ୍ବାଦିକ ବଂଧୁଗଣକୁ ସାଧୁବାଦ ଜଣାଇବା ସହ ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ,ଯୁବପିଢ଼ି ମାନେ ଅଗେଇଆସି ଏହି ସେବା କାର୍ଯ୍ୟକୁ ଆହୁରି ଦ୍ରୁତ ଗତିରେ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି ! ବୁଦ୍ଧିଜୀବୀ ମହଲ ତଥା ସାଧାରଣରେ ଟ୍ରଷ୍ଟର ଏପରି ମହନୀୟ ସେବକାର୍ଯ୍ୟକୁ ଉଚ୍ଚ ପ୍ରସଂଶା କରାଯାଇଛି ! (ରିପୋର୍ଟ / ଇଂ.ସେବକ ଶ୍ରୀକାନ୍ତ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version