ଓଡିଶା କୃଷକ ସଭା ରଣପୁର ବ୍ଲକ କମିଟି ନେତୃତ୍ୱରେ ବିଗତ ବର୍ଷର ଗଜାଧାନ କ୍ଷତି ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର, ଗୁରୁବାର ) ରଣପୁର :- ରଣପୁର ବିଗତ ବର୍ଷର ଧାନକଟା ସମୟରେ ଲଗାଣ ବର୍ଷା ଯୋଗୁଁ ବହୁ ଧାନ ଗଜା ହୋଇ କ୍ଷତି ହୋଇ ଯାଇଛି । ଏଥିନେଇ ଓଡିଶା କୃଷକ ସଭା ରଣପୁର ବ୍ଲକ କମିଟି ନେତୃତ୍ୱରେ ଗଜାଧାନ ଧରି ୨୨- ନଭେମ୍ବର-୨୦୨୧ ଦିନ ବିକ୍ଷୋଭ ହୋଇଥିଲା । ହଜାର ହଜାର ଚାଷୀ ଦାବିପତ୍ରରେ ସ୍ଵାକ୍ଷର କରି ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ନୟାଗଡଙ୍କୁ ଦେଇଥିଲେ । ତା ୧୦-୧୨-୨୨ ରିଖ ଦିନ ପୁନଃବାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ମାଧ୍ୟମରେ ବିପର୍ଜୟ ପାଣ୍ଠି ବୃଦ୍ଧି କରିବା, ଉପଯୁକ୍ତ କ୍ଷତିପୁରଣ ଦେବା ସହିତ ଗଜାଧାନ କ୍ଷତି ସଠିକ ଆକଳନ କରିବାକୁ ଦାବି କରାଯାଇଥିଲା । ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାର ଆହେତୁକ ବିଳମ୍ବ ଯୋଗୁ ତା ୦୫-୦୯-୨୨ ରିଖରେ ଜିଲ୍ଲାପାଳଙ୍କୁ ଜଣାଇବାରେ ଅକ୍ଟୋବର ମାସ ସୁଦ୍ଧା ଦେବାକୁ ବ୍ୟବସ୍ଥା କରିବାକୁ କହିଥିଲେ ।

ତେଣୁ ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ଗଜାଧାନ କ୍ଷତିପୁରାଣ ପାଇବା ପର୍ଯ୍ୟନ୍ତ ଲଗାତାର ଗଣଧାରଣା ଓ ଆଇନଅମାନ୍ୟ ଆନ୍ଦୋଳନ କରିବାକୁ ନୋଟିସ ଦେବାରେ, ତହସିଲଦାର ରଣପୁର ପ୍ରତିଶୃତି ଦେଲେ ଯେ ଆମ ଅଂଚଳ ୨୪୪ ମୌଜାର ଚାଷୀମାନଙ୍କୁ କ୍ଷତିପୁରଣ ୩ କୋଟି ୪୯ ଲକ୍ଷ ୪୮ ହଜାର ଟଙ୍କା ନଭେମ୍ବର ୧ ତାରିଖ ପୂର୍ବରୁ ଦେଇଦେବୁ , ଏହି ପ୍ରତିଶୃତିକୁ ବିଶ୍ୱାସ ଓ ଭରସା କରି ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ରଣପୁରବ୍ଲକ କମିଟି ସ୍ଥିର କରିଛନ୍ତି । ମାତ୍ର ବିପର୍ଯ୍ୟୟ ପାଣ୍ଠି ବୃଦ୍ଧି କରିବା , ସମସ୍ତ ଫସଲର ସହାୟକ ଦର ଦେବା, ଋଣ ଛାଡ କରିବା , କୃଷକ ମାନଙ୍କୁ ମାସିକ ୫୦୦୦ ପେନସନ ଦେବା, ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଦେବା, ଅମ୍ବାନୀ ଅଦାନୀଙ୍କ ସ୍ୱାର୍ଥ ପାଇଁ ହେଉଥିବା ବୀମା ବନ୍ଦ କରି ଚାଷୀଙ୍କୁ ସୁହାଇବା ଭଳି ଫସଲ ବୀମା ଦେବା ଆଇନ କରିବା ଦାବିରେ

ତା ୦୧-୧୧-୨୨ ରିଖ ଦିନ ତହସିଲଦାରଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ଦିଆଯିବ ଏବଂ କ୍ଷତିପୂରଣ ଦେବା କେତେ ପରିମାଣରେ ହୋଇଛି ସେ ସମ୍ପର୍କରେ ଆଲୋଚନା ହେବ । ନଚେତ ଗଣ ଆନ୍ଦୋଳନ କରାଯିବ । ଏହି ବୈଠକରେ ଜିଲାସମ୍ପାଦକ ଓଡିଶା କୃଷକ ସଭା ହରିଶ୍ଚନ୍ଦ୍ର ମିଶ୍ର , ବ୍ଲକ ସଭାପତି ଓଡିଶାକୃଷକସଭା ରଜତଜେନା,ବ୍ଲକସମ୍ପାଦକ ଗଦାଧର ପ୍ରଧାନ ବ୍ଲକ ଚାଷୀ ଉପସଭାପତି ସଭାପତି ସୁଶୀଲ ମହାନ୍ତି, ବ୍ଲକ ସହ ସମ୍ପାଦକ ବିଜୟଜେନା,ବ୍ଲକ କମିଟି କୃଷକସଭା ପୁର୍ଣ୍ଣିମା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version