ଆଙ୍କୁଲାଇ ଯୁବକସଂଘ ଏବଂ ନେହେରୁ ଯୁବକେନ୍ଦ୍ରର କରୋନା ସଚେତନତା କାର୍ଯ୍ୟକ୍ରମ

ଓଡିଶା ତାଜା ନ୍ୟୁଜ୍‌ (୩୧ ମଇ,ରବିବାର) :- ଭାରତ ସରକାରଙ୍କ ନେହୁରୁ ଯୁବକେନ୍ଦ୍ର ଏବଂ ମାନ୍ଧାତାପୁରସ୍ଥିତ ଆଙ୍କୁଲାଇ ଯୁବକ ସଙ୍ଘ ର ମିଳିତ ଆନୁକୂଲ୍ୟରେ କରୋନା ମହାମାରୀରୁ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପରକିତ ସଚେତନତା ବାର୍ତ୍ତା ବହନ କରୁଥିବା ପୋଷ୍ଟର ତଥା ଚିତ୍ରଛବି ନୟାଗଡ଼ ସଦର ମହକୁମାର ମୁନିସିପାଲିଟି ଅନ୍ତର୍ଗତ 10ନଂ ୱାର୍ଡର ଶାସ୍ତ୍ରୀ ନଗର,13 ନଂ ୱାର୍ଡର ଶିବାଜୀ ନଗର ସମେତ ମାନ୍ଧାତାପୁର, ଜେମାଦେଇପୁର ପାଟଣା ଗ୍ରାମରେ ଅଙ୍କନ କରାଯାଇ କୋଭିଡି19 ସୁରକ୍ଷା ପାଇଁ ସଚେତନତା କରାଯାଇଛି|

ଏହି ଜନକଲ୍ୟାଣକାରୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆଗକୁ ଅନ୍ୟ ଗ୍ରାମରେ ବ୍ୟାପକ ଭାବେ କରାଯିବ ବୋଲି ଆଙ୍କୁଲାଇ ଯୁବକସଙ୍ଘର ସଭାପତି ଶଶୀଭୁଷଣ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ |ଏଥିରେ ଅନ୍ୟମାନଙ୍କ ମଧରେ ସୁଶାନ୍ତ କୁମାର ନାୟକ, କୋଷାଧକ୍ଷ ଶିତେସ କୁମାର ରଥ ପ୍ରମୁଖ ଏହି କାର୍ଯ୍ୟ କ୍ରମକୁ ଶୃଙ୍ଖଳାର ସହିତ ଆଗେଇ ନେଇଥିଲେ |ତେବେ ବର୍ତ୍ତମାନ ପରିସ୍ଥିତିରେ ଯୁବକ ମାନେ ପଥଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାବେଳେ ପ୍ରଚଣ୍ଡ ଖରାରେ ଦୁଇ ଯୁବକ ସଂଘର ଏହି ମହାନ କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଛି (ରିପୋର୍ଟ ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version