Home ଓଡ଼ିଶା ୩-ଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨କୁ ଅକ୍ଟୋବର ୨୮ରେ ଉଦ୍ଘାଟନ କରିବେ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ ବିଦେଶୀ ଟୁର ଅପରେଟର ଏବଂ ୮୩ ଡୋମେଷ୍ଟିକ୍ ଟୁର ଅପରେଟର ଅଂଶଗ୍ରହଣ କରିବେ ପ୍ରଦର୍ଶନୀ, ବି୨ବି ବୈଠକ, ବି୨ଜି ବୈଠକ, ଫାମ୍ ଟ୍ରିପ୍ ଆୟୋଜନ କରାଯିବ ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨କୁ ଓଡ଼ିଶର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଅକ୍ଟୋବର ୨୮ ତାରିଖରେ ଉଦଘାଟନ କରିବେ ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ବି୨ବି ବୈଠକ ଆୟୋଜନ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ । ଏହା ପରେ ଟୁର ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ଭୁବନେଶ୍ୱର, ପୁରୀ, କୋଣାର୍କ, ଚିଲିକା, ଧଉଳି, ଭିତରକନିକା ଓ ଲଳିତଗିରି ଆଦି ସ୍ଥାନକୁ ପରିଦର୍ଶନରେ ନିଆଯିବ । ନିବେଶକ ଏବଂ ଏୟାରଲାଇନ୍ସମାନଙ୍କ ସହ ବି୨ଜି ବୈଠକ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଏକ ତିନି ଦିନିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ ଯେଉଁଠାରେ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ଓ ଯୋଜନାଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।ଚତୁର୍ଥ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ରେ ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ୍ ଓ ଭିତଏନାମ ଭଳି ଦେଶରୁ ୨୫ଟି ବିଦେଶୀ ଟୁର ଅପରେଟର ଏବଂ ଭାରତର ବିଭିନ୍ନ ସ୍ଥାନ ଯଥା ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, ପଂଜିମ୍, ପୁନେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣା ଆଦିରୁ ୮୩ ଟୁର ଅପରେଟର ଅଂଶଗ୍ରହଣ କରିବେ ।ଏନେଇ ଆଜି ହୋଟେଲ୍ ମେ’ଫେୟାର ଲାଗୁନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ, ଓଡ଼ିଶା ହେଉଛି ପ୍ରାକୃତିକ ସମ୍ବଳର ଗନ୍ତାଘର । କିଛି ବର୍ଷ ଭିତରେ ଆମ ରାଜ୍ୟ ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇଛି । ଆମର ୪୮୨ କିମି ବ୍ୟାପୀ ଲମ୍ବା ବେଳାଭୂମି, ୧୯ ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଆମର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ନେଇ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି । ସେହି ସମ୍ଭାବନା ବିଷୟରେ ଦେଶ ଭିତରର ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆମେ ତିନି ଦିନିଆ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରୁଛୁ ।’’ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର କହିଛନ୍ତି “ଓଡ଼ିଶାର ସ୍ୱତନ୍ତ୍ରତା; କେରଳ, ମହାରାଷ୍ଟ୍ର ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କାରାଭାନ୍ର ପ୍ରଚଳନ ଯାହା ହୋଟେଲ ରହଣୀଠାରୁ ଶସ୍ତା ଏବଂ ପର୍ଯ୍ୟଟକଙ୍କ ପାଇଁ ବେଶ ଉପାଦେୟ ସେ ବିଷୟରେ ଆଲୋଚନା କରିଥିଲେ । ପର୍ଯ୍ୟଟନ ବିକାଶରେ ଭିତିଭୂମି ବିକାଶର ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ଏଥି ସହିତ ସେ କହିଛନ୍ତି ଯେ ସ୍ଥାନୀୟ ବିକ୍ରେତା ଓ ଟୁର ଅପରେଟରମାନଙ୍କୁ ଏକ ମଂଚ ପ୍ରଦାନ କରିବା ଲାଗି ଓଡ଼ିଶା ଟ୍ରାଭେଲ୍ ବଜାର ଆୟୋଜନ କରାଯାଉଛି । ଆମେ ବି୨ବି ଓ ଜି୨ବି ବୈଠକ ଆୟୋଜନ କରିବାକୁ ମଧ୍ୟ ଯୋଜନା ରଖିଛୁ ।’’ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦେଶକ, ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି , କୋଭିଡ୍ ଅନ୍ତରାଳ ପରେ ଆମେ ଓଡ଼ିଶା ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ଆୟୋଜନ କରୁଛୁ । ଓଡ଼ିଶା ପର୍ଯ୍ୟଟନର ଏହା ହେଉଛି ପ୍ରମୁଖ କାର୍ଯ୍ୟକ୍ରମ ଯାହା ହେଉଛି ମୁଖ୍ୟତଃ ଏକ ବ୍ୟବସାୟ ସୁଗମନା ଅଭିଯାନ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡ଼ିଶାର ପର୍ଯ୍ୟଟନୀ ସ୍ଥଳଗୁଡ଼ିକ ବିଷୟରେ ଭାରତର ଏବଂ ଆନ୍ତର୍ଜାତିକ ଟୁର ଅପରେଟରମାନଙ୍କୁ ଅବଗତ କରିବା ।ଫିକିର ଟ୍ରାଭେଲ୍, ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ହୋଟେଲ୍ସର ସିଏମ୍ଡି , ଶ୍ରୀଯୁକ୍ତ ଜେ କେ ମହାନ୍ତି କହିଛନ୍ତି ଯେ, “ଓଡ଼ିଶାର ପର୍ଯ୍ୟଟନ ସ୍ଥଳର ବିକାଶ ଦିଗରେ ରାଜ୍ୟର ପର୍ଯ୍ୟଟନ ବିଭାଗ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଚଳିତ ବର୍ଷ ଆମର ମୁଖ୍ୟ ଧ୍ୟାନ ସ୍ଥାନୀୟ ଟୁର ଅପରେଟରମାନଙ୍କ ଉପରେ ରହିବ କାରଣ ରାଜ୍ୟକୁ ଆସୁଥିବା ୮୦ ପ୍ରତିଶତ ପର୍ଯ୍ୟଟକ ଦେଶ ଭିତରର । ଏଥର ଫିକି ପକ୍ଷରୁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଆଯାଇଛି କାରଣ ସେମାନଙ୍କ ଖାଦ୍ୟପେୟ, ପୋଷାକ ପରିଷଦ ଓ ସଂସ୍କୃତିରେ ଆମ ସହିତ ସମାନତା ରହିଛି ।ଏହି ଅବସରରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଓଏସ୍ଡି ଶ୍ରୀଯୁକ୍ତ ଅଂଶୁମାନ ରଥ ଉପସ୍ଥିତ ଥିଲେ । ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ଟୁର ଅପରେଟରମାନଙ୍କ ଭିତରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ପ୍ରସାର କରିବା ଲାଗି ଏକ ମଂଚ ସୃଷ୍ଟି କରିବା । ଏହା ପରେ ସ୍ଥାନୀୟ ପର୍ଯ୍ୟଟନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯିବ । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026 ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ by Proprietor Abhimanyu Maharana June 22, 2026 ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ by Proprietor Abhimanyu Maharana June 22, 2026 ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ - ସଫଳ ସାମାଜିକ ପୁନର୍ବାସ by Proprietor Abhimanyu Maharana June 22, 2026