ଆଲୋକର ପର୍ବ ଦୀପାବଳି ଓ କାଳୀ ପୂଜା ବୈପାରିଗୁଡା ଉତ୍ସବ ମୁଖର : ଝଲସୁଛି ତୋରଣ

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ବୈପାରିଗୁଡା :- ଆଲୋକର ପର୍ବ ଦୀପାବଳି  । ଆଲୋକର ପର୍ବ ଦୀପାବଳି ପାଳନ ଅବସରରେ ବୈପାରିଗୁଡା ସହର ଉତ୍ସବମୁଖର ହୋଇ ଉଠିଛି । ଦୁଇ ବର୍ଷ ପରେ କରୋନା କଟକଣା ଉଠିବା ପରେ ଦୀପାବଳି ଉତ୍ସବ ପାଳିତ ହେଉଛି । ଘର ଭିତରେ ଦୀପ ସହ ପାରମ୍ପରିକ ପୂଜାଚ୍ଚର୍ନା କରି ଲୋକେ ଦୀପାବଳି ଉତ୍ସବ ପାଳନ କରିଯାଇଛି । ଲୋକେ ଘର ଭିତରେ ଓ ବାହାରେ ଦୀପ ଜାଳି ଥିବାବେଳେ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳାରେ ଘରଗୁଡ଼ିକୁ ସାଜସଜ୍ଜା କରାଯାଇଛି । ସନ୍ଧ୍ୟାରେ ବାଣ ଫୁଟାଇବା ପାଇଁ ସମସ୍ତ ପ୍ରସ୍ତୁତି ହୋଇ ଦିପାବଳିର ଉତ୍ସବ ପାଳନ କରିଛନ୍ତି । ଦୀପାବଳି ଅବସରରେ କାଳିପୂଜା ବି ଆରମ୍ଭ ହୋଇଛି । ଏଥିପାଇଁ ବୈପାରିଗୁଡା ଗ୍ରାମର କାଠମିଲ ସାହିରେ ପାରମ୍ପରିକ ପୂଜାର୍ଚ୍ଚନା ସହ ଦେବୀଙ୍କୁ ଆବାହନ କରାଯାଇଛି । ଏଥିସହିତ ଦୀପାବଳି ଦିନ ଅର୍ଥାତ ଆଜି ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କେବଳ ବାଣ ଫୁଟାଇବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

Exit mobile version