ଭିନ୍ନକ୍ଷମ ସଭ୍ୟ ସଭ୍ୟା ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଏକ ମାତ୍ର ଭିନ୍ନକ୍ଷମ ସଂସ୍ଥା “ସମର୍ଥ” ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସିସିଡି”ର ମିଳିତ ଆନୁକୁଲ୍ୟରେ ଆରସିଏସବି ଏବଂ ସାଇଟ୍ ସେଭର୍ସ ଇଣ୍ଡିଆ ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ ସିସିଡି ସମ୍ମୀଳନୀ ଗୃହ ଠାରେ ଜିଲ୍ଲାସ୍ତରୀୟ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୪୬ ଜଣ ଭିନ୍ନକ୍ଷମ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ସିସିଡି ସଂପାଦକ ଶ୍ରୀ ଏ.ଜଗନ୍ନାଥ ରାଜୁ ସିସିଦଡିର କାର୍ଯ୍ୟକ୍ରମ ସମ୍ପର୍କରେ ଗଜପତି ମହିଳା ସମବାୟର ସଂପାଦିକା ଶ୍ରୀମତୀ ଏ.ପଦ୍ମାରାଜ ଆର୍ଥିକ ଅନ୍ତର୍ଭୁକ୍ତ କାରଣ ଉପରେ“ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସିକାତଥାଆଇନଜିବୀ ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ନାୟକ ବିଭିନ୍ନ ସାମାଜିକ ଆଇନ ଓ ସୁରକ୍ଷା ସମେତ ସଖୀ ୱାନ ଷ୍ଟପ୍ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ “ସ୍ୱୟଂ – ଓଡିଶା ଜୀବିକା ମିଶନ୍ର ଜେଣ୍ତର୍ ଇଣ୍ଟର ଭେନସନ୍ କାର୍ଯ୍ୟକ୍ରମ ର ଜିଲ୍ଲାସଂଯୋଜିକା ଶ୍ରୀମତୀ ସିବାନୀ ପାଣିଗ୍ରାହୀ ଏବଂପରିମଳ ଫାଉନ୍ଡେସନ୍ ଟିମ୍ ଲିଡରଶ୍ରୀବିଭୂତିଦଳାଇ

ପ୍ରମୁଖ ମଞ୍ଚାସିନ ଅତିଥି ଭାବେଯୋଗଦେଇ ଭିନ୍ନକ୍ଷମ ମହିଳାଙ୍କୁବିଭନ୍ନଲିଙ୍ଗଗତସମସ୍ୟା ଓ ଏହାର ଦୂରୀକରଣ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ ଶ୍ରୀମତୀ ସୁଶୀଳା ମିଶ୍ର ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇ ଲିଙ୍ଗଗତଭେଦଭାବକୁ କିପରି ଦୂର କରିପାରିବା ଭିନ୍ନକ୍ଷମ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଲିଙ୍ଗଗତ ସମାନତା ରକ୍ଷା କରିବା ବିଭିନ୍ନ ସାମାଜିକ ଓ ଆୟପନ୍ଥା କାର୍ଯ୍ୟକ୍ରମରେ ପୁରୁଷ ମାନଙ୍କ ସହ ମିଶି ନିଜର ନିଶ୍ପତି ପ୍ରଦାନ କରିବା ଆର୍ଥିକ ପରିଚାଳନା କରିବା ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ପାଇପାରିବା ଓ ଭିନ୍ନକ୍ଷମ ସ୍ୱୟଂ ସହାୟକ ଦଳରେ ପୁରୁଷ ସହ ସମାନ ନିର୍ଣ୍ଣୟ ନେଇପାରିବା ଇତ୍ୟାଦି ଉପରେ ତାଲିମ ଦେଇଥିଲେ ଭିନ୍ନକ୍ଷମ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ସମର୍ଥ ଅଧ୍ୟକ୍ଷ ନିରଞ୍ଜନ ବେହେରା ଓ ସଂପାଦକ ସନ୍ତୋଷ କୁମାର ମହାରଣା ଭିନ୍ନକ୍ଷମ ମହିଳା ମାନଙ୍କୁ ନିମନ୍ତେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଓ ଆରପିଡି ଆଇନ ଉପରେ ଆଲୋକପାତ କରିଥିଲେ ସମର୍ଥ କୋଷାଧ୍ୟକ୍ଷ ପି.ଚିନ୍ନାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସିସିଡିଓ ସମର୍ଥର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version