କାଶୀନଗର ସ୍ୱାସ୍ଥ୍ୟ ବିଳାସ ଫର୍ମାସୀ ରେ ଧନ୍ଵନ୍ତରୀ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ଠାରେ ରହିଥିବା ସ୍ୱାସ୍ଥ୍ୟ ବିଳାସ ଫର୍ମାସୀ ରେ ଗତ କାଲି ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ କବିରାଜ ଶ୍ରୀ ରାମନାଥ ପାତ୍ର ଙ୍କ ସ୍ୱାଗତ ଭାଷଣ ରେ ଆରମ୍ଭ ହୋଇଥିଲା | ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ର ଅଧ୍ୟକ୍ଷ ଓ ସାମ୍ବାଦିକ ହୃଷିକେଶ ଗୌଡ଼ ଯୋଗ ଦେଇଥିଲେ |

ବକ୍ତା ମାନେ ଆୟୁର୍ବେଦ ଚିକିତ୍ସା ଓ ଯୋଡିବୁଟି ଉପରେ ଆଲୋଚନା କରିଥିଲେ |ଏହି ବୈଠକ ରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ମଧ୍ୟ ଯୋଗ ଦେଇ ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ କହିଥିଲେ | କବିରାଜ ରମାକାନ୍ତ ପାତ୍ର, ନଳିନୀ ପାତ୍ର, ପ୍ରକାଶ ପାତ୍ର, ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି | ଦୀର୍ଘ ବର୍ଷ ହେଲା ଏହି ଅନୁଷ୍ଠାନ ଧନ୍ଵନ୍ତରୀ ଜୟନ୍ତୀ ପାଳନ କାରି ଆସୁଛି |

Exit mobile version