ରାଜ୍ୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଉପରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ପାଠାଗାରର ଆଦୃତି ସବୁବେଳେ ରହିଛି –ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ଭୁବନେଶ୍ୱର :- ରାଜ୍ୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଉପରେ ସ୍ୱତନ୍ତ୍ର ଡାକ ଲଫାପା ଆଜି ଅପରାହ୍ଣରେ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାଗଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପର‌୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ମୁଖ୍ୟ ମହାଡାକପାଳ ,ଓଡିଶା ଶ୍ରୀ ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ, ଓଡିଶାର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଜ୍ୟ ତଥା ଦେଶର ରାଜନୈତିକ କ୍ଷେତ୍ର ତଥା ସାରସ୍ୱତ ସୃଷ୍ଟି ଦିଗରେ ଉତ୍କଳକେଶରୀ ଡଃ. ହରେକୃଷ୍ଣ ମହାତାବଙ୍କ ଅତୁଳନୀୟ ଅବଦାନ ରହିଥିଲା । ତାଙ୍କ ନାମରେ ସ୍ଥାପିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଆଜି ଅଗ୍ରଣୀ ପାଠାଗାର ଭାବେ ପାଠକ ପାଠିକା, ଗବେଷକମାନଙ୍କ ପାଇଁ ପ୍ରମୁଖ ଅବଲମ୍ବନ ହୋଇଛି । ଏହି ପାଠାଗାର ନାମରେ ସ୍ୱତନ୍ତ୍ର ଲଫାପା ପ୍ରକାଶନ ପାଠାଗାରର ଅବଦାନକୁ ସ୍ମରଣୀୟ କରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।ବର୍ତ୍ତମାନ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ମୋବାଇଲ ଏବଂ କମ୍ପ୍ୟୁଟର ମାଧ୍ୟମରେ ବହି ପଢିବାକୁ ପସନ୍ଦ କରୁଥିଲେ ମଧ୍ୟ ପାଠାଗାରର ଆଦୃତି ସବୁବେଳେ ରହିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର କହିବା ସହିତ ଏହି ପାଠାଗାରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ପ୍ରକାଶ କହିଥିଲେ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଯୋଗଦେଇ ପାଢୀ କହିଲେ ଯେ, ଏହି ପାଠାଗାରରେ ଏବେ ୧ ଲକ୍ଷ ୬୦ ହଜାର ବହି ଉପଲବ୍ଧ ରହିଛି । ପାଠକପାଠିକାଙ୍କ ଆବଶ୍ୟକତାକୁ ଦେଖି ସେସବୁକୁ ଉପଲବ୍ଧ କରିବା ନିମନ୍ତେ କମ୍ପ୍ୟୁଟରୀକରଣ କାର‌୍ୟ୍ୟ ଜାରି ରହିଥିବା ଶ୍ରୀ ପାଢୀ ପ୍ରକାଶ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦାସ ଯୋଗଦେଇ ପ୍ରତିଦିନ ଏହି ପାଠାଗାରରେ ୪୦୦ରୁ ୫୦୦ ଛାତ୍ରଛାତ୍ରୀ ପଢୁଥିବା ପ୍ରକାଶ କରିଥିଲେ ।

ହରେକୃଷ୍ଣ ମହତାବ ଗ୍ରନ୍ଥାଗାର ନାମରେ ପ୍ରକାଶ ପାଇଥିବା ସ୍ମରଣିକା ଅନୁଷ୍ଠାନର ମହନୀୟତା ଓ ଗରିମାକୁ ଜାତୀୟସ୍ତରରେ ପ୍ରତିଷ୍ଠିତ କରିବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ପ୍ରକାଶ କରିଥିଲେ ।କାର‌୍ୟ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ , ଡାକ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ବାରିକ, ଡାକ ବିଭାଗର ଅଧିକାରୀ ଏବଂ ରାଜ୍ୟ ଗ୍ରନ୍ଥାଗାରର ଅଧିକାରୀ ଓ କର୍ମଚାରୀ ଓ ପ୍ରତିଷ୍ଠିତ ଫିଲାଟେଲିଷ୍ଟମାନେ ଉପସ୍ଥିତ ଥିଲେ । ବିଭାଗର ଅନୁ ସଚିବ ତଥା ପାଠାଗାରର ଭାରପ୍ତାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

Exit mobile version