ବନ ବିଭାଗର ଚଢାଉ : ଟ୍ରାକ୍ଟର ସହ ଲକ୍ଷାଧିକ ଟଙ୍କାର ଚୋରା କାଠପଟ୍ଟା ଜବତ – ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଗୁପ୍ତେଶ୍ବର ବନାଞ୍ଚଳର ହଳଦୀକୁଣ୍ଡ ପଂଚାୟତର ଚଢେଇପାଣି ଅଞ୍ଚଳରୁ ଚୋରାରେ ବିକ୍ରି ପାଇଁ ଟ୍ରାକ୍ଟର ଯୋଗେ ବିଜା କାଠପଟ୍ଟା ଚାଲାଣ ଉଦ୍ୟମକୁ ଜଙ୍ଗଲ ବିଭାଗ ଚଢଉ ଫଳରେ ତାହା ପଣ୍ଡ ହୋଇଛି । ରବିବାର ଦିନ ସଂନ୍ଧ୍ଯା ୭ ଟା ସମୟରେ ବିଜାପଟ୍ଟା ବିକ୍ରି କରିବା ପାଇଁ ଟ୍ରାକ୍ଟର ନଂ ଓଡି ୧୦ ୯୫୯୧ ରେ ଚାଲାଣ ହେଉଥିବା ନେଇ ଗୁପ୍ତେଶ୍ବର ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ବର ଖଣ୍ଡାଇଙ୍କୁ ଖବର ମିଳିବା ପରେ ବନାଞ୍ଚଳର ରେଞ୍ଜର ଏକ ଟିମ ଗଠନ କରିବା ସହ ସେହି ରାସ୍ତାରେ ଜଗି ରହିଥିଲେ । ଏହି ସମୟରେ ଚଢେଇପାଣି ପଟରୁ ଏକ ଟ୍ରାକ୍ଟର ଆସୁଥିବା ଦେଖି ବନବିଭାଗ କର୍ମଚାରୀ ମାନେ ଅଟକାଇଥିଲେ ! ତେବେ ଟ୍ରାକ୍ଟର ପଛପଟେ ୫୫ ଖଣ୍ଡ ବିଜା ପଟ୍ଟା ବୋଝେଇ ରହିଥିବା ଦେଖି ଗାଡିଟିକୁ ଜବତ କରି ବନାଞ୍ଚଳ କାର୍ଯ୍ଯାଳୟକୁ ଆଣିଥିଲେ କର୍ମଚାରୀ ! ଚୋରାରେ କାଠ ଚାଲାଣ କରୁଥିବା ଅଭିଯୋଗରେ ସେହି ଅଂଚଳର ଜଣେ ବ୍ଯକ୍ତିଙ୍କୁ ଗିରଫ ମଧ୍ଯ କରାଯାଇଛି ।ଟ୍ରାକ୍ଟର ଯୋଗେ କାଠ ଚାଲାଣକାରୀ ମାନେ ୫୫ ଗୋଟି ବିଜାପଟ୍ଟା ନେଉଥିବା ଗୁପ୍ତେଶ୍ବର ବନାଞ୍ଚଳ କାର୍ଯ୍ଯାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଚଢଉରେ ରେଞ୍ଜର କାର୍ତ୍ତିକେଶ୍ବର ଖଣ୍ଡାଇଙ୍କ ସହିତ ଫରେଷ୍ଟର ଚୈତନ୍ଯ ତନ୍ତ୍ରୀ ମନୋଜ କୁମାର ମହାପାତ୍ର, ପି.ଶ୍ରୀନିବାସ ରାଓ ଙ୍କ ସହିତ ପାରା କର୍ମଚାରୀପ୍ରମୁଖ ଚଢଉ ରେ ସାମିଲ ହୋଇଥିଲେ । ଆଜି ଏହି ଚୋରା କାଠ ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଖବର ହସ୍ତଗତ ହୋଇଛି

Exit mobile version