ପୁରୀ : ବାଳାଶ୍ରମର ଅନ୍ତବାସୀ ଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ପୁରୀ :- ଦୀପାବଳି ଅବସରରେ ଉତ୍କଳ ବାଳାଶ୍ରମର ଅନ୍ତବାସୀ ଙ୍କୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି । ସୋମବାର ପୂର୍ବାହ୍ନ ରେ ଉତ୍କଳ ବାଳାଶ୍ରମ ପରିସରରେ ଅନ୍ତବାସୀ ମାନଙ୍କ ସହ ଜିଲ୍ଲାପାଳ ମିଶିବା ସହ ସେମାନେ ଭଲ ପଢି ଜଣେ ଜଣେ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ ।

ସେମାନଙ୍କ ଆବଶ୍ୟକତା, ଅଭାବ ଅସୁବିଧା ମଧ୍ୟ ପଚାରି ବୁଝିଥିଲେ । ଏହି ଅବସରରେ ସମସ୍ତ ଙ୍କୁ ଦୀପାବଳି ର ଶୁଭେଚ୍ଛା ଜଣାଇବା ସହ ସେମାନ ଙ୍କୁ ନୂତନ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପିଲାମାନେ ପିକନିକ ରେ ଯିବାପାଇଁ ବ୍ୟବସ୍ଥା କରିବାକୁ ସେ ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।ଉତ୍କଳ ବାଳାଶ୍ରମର ଅଧିକ୍ଷକ ଶ୍ରୀ ସାରଙ୍ଗ ମହାପାତ୍ର, ଶିଶୁ ମଗଂଳ ସମିତି ସଦସ୍ୟ ଶ୍ରୀ ଶକ୍ତିପଦ ମିଶ୍ର, ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ ନାରାୟଣ ଶତପଥୀ ଶିଶୁ ସୁରକ୍ଷା ୟୁନିଟ ଓ ଉତ୍କଳ ବାଳାଶ୍ରମର ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।

Exit mobile version