ବାଇକ୍ ଦୁର୍ଘଟଣା ରେ ବାଇକ୍ ଚାଳକ ଙ୍କ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା କୋରଡ଼ା ପଞ୍ଚାୟତ ଆଛୁପଡ଼ା ଗ୍ରାମ ଛକ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡି ବାଇକ୍ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜଗସିଂହପୁର ବାଲିକୁଦା ଥାନା ବାଲିସାହି ଗ୍ରାମ ର ଅଭିଜିତ ଦାସ (୪୦) ବର୍ଷ କୌଣସି ଏକ ନିଜସ୍ୱ କାମରେ ଦଶପଲ୍ଲା ଆସିଥିଲେ ।

ନିଜସ୍ୱ କାମ ସାରି ବୁଲେଟ ଗାଡ଼ି ( ଓଡ଼ି – ୦୨- ଏସ – ୩୦୦୭) ଗାଡ଼ିରେ ସକାଳ ୭ ଟା ସମୟରେ କଟକ ଅଭିମୁଖେ ଯାଉଥିବା ବେଳେ ଆଛୁପଡା ଛକ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଗାଡ଼ି ସହ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକମାନେ ଦେଖି ନୂଆଗାଁ ପୁଲିସ କୁ ଖବର ଦେଇଥିଲେ । ନୂଆଗାଁ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଲୋକକୁ ବ୍ରିଜ ତଳୁ ଉଦ୍ଧାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ମୃତ ବ୍ୟକ୍ତିର ସୂଚନା ପାଇ ନୂଆଗାଁ ପୁଲିସ ତାଙ୍କ ପରିବାରକୁ ସୂଚନା ଦେଇଥିଲେ । ପରିବାର ଲୋକ ଘଟଣା ସ୍ଥଳ ରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା । ନୂଆଗାଁ ଥାନା ପକ୍ଷରୁ ୧୭୮/୨୨ ରେ ଏକ ମାମଲା ରୁଜୁ କରିବା ସହିତ ବୁଲେଟ ଗାଡ଼ି କୁ ଥାନା କୁ ଆଣିଥିବା ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି ।

Exit mobile version