ସିଆଇଟିୟୁ ପଖ୍ୟରୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଚେୟାରପର୍ସନ୍ ଏବଂ ଶ୍ରମ କମିଶନରଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଶନିବାର) ଭୁବନେଶ୍ୱର :- ଓଡିଶା କନଷ୍ଟ୍ରକସନ୍ ୟୁନିଅନ୍, ସିଆଇଟିୟୁ ପଖ୍ୟରୁ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡର ନବ ନିଯୁକ୍ତ ଚେୟାରପର୍ସନ୍ ଶ୍ରୀମୟୀ ସ୍ବାତୀ ସ୍ନିଗ୍ଧା ମିଶ୍ରଙ୍କୁ ଶୁଭେଛ୍ଛା ପ୍ରଦାନ ସହ ଶ୍ରମ କମିଶନର୍ ଡ.ଏନ୍ ଥିରୁମାଳା ନାୟକଙ୍କ ସହିତ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି,ରାଜ୍ୟ ସାଧାରଣ ସଂପାଦକ ବିମାନ ମାଇତି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ବରିଷ୍ଠ ସଦସ୍ୟ ସୁରେଶ ରାଉତରାୟ ପ୍ରମୁଖଙ୍କ ନେତୃତ୍ବରେ ନିର୍ମାଣ ଶ୍ରମିକ ପଂଜିକରଣ,ରିନ୍ୟୁଆଲ୍ ,ବିଭିନ୍ନ ସହାୟତା ରାଶି ପ୍ରଦାନ ନିମନ୍ତେ ଅନଲାଇନ୍ ପରିବର୍ତ୍ତେ ଅଫ୍ ଲାଇନ୍ ମାଧ୍ୟମରେ କରିବାକୁ ଦାବି ରଖିଥିଲେ ଏଥି ନିମନ୍ତେ କେନ୍ଦ୍ରୀୟ ୟୁନିଅନ ମାନଙ୍କର ସହ ସରକାରଙ୍କରଏକ ଜରୁରୀ ବୈଠକ ଡାକିବାପାଇଁ ପ୍ରସ୍ଥାବ ଦିଆଯାଇଥିଲା ଗତ ୧୮,୧୯ ତାରିଖରେ କେନ୍ଦ୍ରାପଡାରେ ଶ୍ରମ ଅଫିସରେ ଘଟିଥିବା ଗଣ୍ଡଗୋଳ ରେ ସଂପୃକ୍ତଥିବା ଦୋଷୀ ଅଫିସର୍ ର୍ଙ୍କୁ ତୁରନ୍ତ ଦଣ୍ଡବିଧାନ କରିବାକୁ ସଂଘ ଦାବି ରଖିଥିଲା ରାଜ୍ୟ ସରକାରଙ୍କ ଅମାନବୀୟ ନୀତି ବିରୁଦ୍ଧରେ ପ୍ରମୋଦ ସାମଲ,ଲୋଭକାନ୍ତ ସ୍ବାଇଁ,ରମେଶ ଜେନା,ଅଭୟ ସ୍ବାଇଁ,ଉପେନ୍ଦ୍ର ଲେଙ୍କା,ପ୍ରଫୁଲ୍ଲ ନାୟକ ,ସୁରେନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ

Exit mobile version