ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା ଯୋଗଦାନ କଲେ ତିନି ପଂଚାୟତବାସୀ

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଶନିବାର) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଏବେ ଧିରେ ଧିରେ ପଂଚାୟତସ୍ତରରେ ଏହାର ପ୍ରଭାବ ପଡିବା ସହିତ ଦଳୀୟ କର୍ମୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ସମୟରେ କାହିଁକି ରାଜ୍ୟ କିମ୍ବା ଜିଲ୍ଲାସ୍ତରର ନେତା ମାନେ ଏହାର ସମାଧାନର ବାଟ ବାହାର କରିପାରିନାହାନ୍ତି ତାହାକୁ ନେଇ କର୍ମୀଙ୍କ ମଧ୍ୟ ଘୋର ଅସନ୍ତୋଷ ଦେଖା ଦେଇଛି । ଏହି ଗୋଷ୍ଠୀକନ୍ଦଳ ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଦିନ କୁ ଦିନ ଅତି ଭୟଙ୍କର ରୂପ ନେଉଛି ବୋଲି ମଧ୍ୟ ଆଲେଚନା ହେଉଛି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଦଳ ଉପରେ ପଡିବ ବୋଲି ମଧ୍ୟ କୁହାଯାଉଛି । ଦଳ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ବା କୌଣସି ପ୍ରକାର ବାଟ ବାହାର କରାଯାଇ ନଥିବାରୁ ପଂଚାୟତସ୍ତରର କର୍ମୀ ମାନେ କାହା ସପକ୍ଷରେ ରହିବେ ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳରୁ ନିଲମ୍ବିତ କିମ୍ବା ଅସନ୍ତୁଷ୍ଟ କର୍ମୀ ଏହି ଜନସମ୍ପର୍କ ପଦଯାତ୍ରା ଆୟୋଜନ କରି ତିନି ପଂଚାୟତରୁ ହଜାର ହଜାର କର୍ମୀଙ୍କୁ ବାହାର କରିଥିବାର ଦେଖାଯାଇଛି । ଅସନ୍ତୁଷ୍ଟ କର୍ମୀ ମାନେ ପଦଯାତ୍ରା କରିବା ନେଇ ସ୍ଥିର କରିବା ପରେ ଏକତ୍ରି ହୋଇ ତିନି ପଂଚାୟତର ଦଳୀୟ କର୍ମୀଙ୍କୁ ନେଇ ଦଶମନ୍ତପୁର ହାଟପଡା ଠାରୁ ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ସହ ଦଳରେ ତାଙ୍କୁ ଅଣଦେଖା କରୁଥିବା କର୍ମୀ କିମ୍ବା ନେତାଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରି ଗାଁ ଗହଳିର ଭୋଟର ମାନଙ୍କ ପାଖରେ ତାଙ୍କର ଉପସ୍ଥିତି ମଧ୍ୟ ଜାହିର କରିଛନ୍ତି । ତେବେ ସେମାନେ ସିଧାସଳଖ କହିଛନ୍ତିି ଯେ ବିଜେଡି ଦଳର ପକ୍ଷରୁ ଏହି ଜନସମ୍ପର୍କ ପଦଯାତ୍ରା ସବୁ ନିର୍ବାଚନ ମଣ୍ଣଳୀରେ କରିବା ପାଇଁ ନିଦେର୍ଶ ରହିଛି ତେଣୁ କୋରାପୁଟ ନିର୍ବାଚନ ମଣ୍ଡଳୀର ବୈପାରିଗୁଡା ବ୍ଲକର ଦଶମନ୍ତପୁର ଠାରେ ତିନି ପଂଚାୟତର କର୍ମୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରିଛୁ ବୋଲି କହିଛନ୍ତି । ଏବଂ ସାଧାରଣ ନିର୍ବାଚନ ସମୟରେ ଏହି ପଂଚାୟତ ଠାରୁ ବିଫୁଳ ପରିମାଣ ଭୋଟ ବିଧାୟକ ଓ ସାଂସଦଙ୍କୁ ଦିଆଯିବ ମଧ୍ୟ କହିଥିଲେ । ସ୍ଥାନୀୟ ଦଶମନ୍ତପୁର ହାଟପଡା ଠାରୁ ୩ ଟି ପଂଚାୟତର ହଜାର ହଜାର କର୍ମୀ ହାତରେ ଦଳୀୟ ପତାତା ଧରି ଓଡିଶାର ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବବି ଭାଇ ଜିନ୍ଦାବାଦ ନାରା ଦେଇ ଦଶମନ୍ତପୁର ହାଟପଦା ଠାରୁ ବାହାରି ଦଶମନ୍ତପୁର ଗ୍ରାମ ପରିକ୍ରମା କରିବା ପରେ ସ୍‌ଥାନୀୟ ହାଟପଡା ଠାରେ ଏକ ସାଧାରଣ ବୈଠକ ମଧ୍ୟ କରିଥିବାର ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ପଂଚାୟତ ସ୍ତରର କର୍ମୀ ମାନେ ଯୋଗଦାନ କରିଥିବା ବେଳେ ଅସନ୍ତୁଷ୍ଟ କର୍ମୀଙ୍କ ପକ୍ଷରୁ ବରିଷ୍ଟ ନେତା ଆର.ଶ୍ରୀନିବସ ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ପୂଜାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସରୋଜୀନି କାଣ୍ଡିକି, ଝରିଆ ଖାନ, ନାରାୟଣ କଦମଗୁଡିଆ, ପୂର୍ବତନ ଜିଲ୍ଲା ସମ୍ପାଦକ ଆର. ଦାମ୍ଭିକା ରାଓ ,ଦଶମନ୍ତପୁର ସରପଂଚ ଆର.ରୋହିତ କୁମାର ଙ୍କ ସହ ବହୁ ଅସନ୍ତୁଷ୍ଟ କର୍ମୀ ମାନଙ୍କ ତରଫରୁ ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଅକ୍ଟୋବର ୨ ରୁ ଏକମାସ ଧରି ସମସ୍ତ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଥିବା ବେଳେ ବୈପାରିଗୁଡା ବ୍ଳକର ବିଭିନ୍ନ ସ୍ଥାନରେ ଆଗକୁ ମଧ୍ୟ ଏହିପରି ଜନସମ୍ପର୍କ ପଦଯାତ୍ରା କରାଯିବା ନେଇ ସ୍ଥିର କରାଯାଇଛି ।ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସାମୁହିକ ବିକାଶମୂଳକ ଯୋଜନାର ସଫଳ ରୂପାୟନ କରିବା ଏବଂ ଜନସାଧାରଣ ଓ ସମାଜରେ ସବୁଠାରୁ ତଳସ୍ତରରେ ରହିଥିବା ଲୋକମାନେ କିପରି ସୁଫଳ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଦଳୀୟ ଅସନ୍ତୁଷ୍ଟ କର୍ମୀ ନିର୍ବାଚିତ ପ୍ରତିନିଥି ଓ କର୍ମୀଙ୍କୁ ସଚେତନ କରାଇଥିଲେ । ଏହି ଜନସମ୍ପର୍କ ପଦଯାତ୍ରାରେ ଅସନ୍ତୁଷ୍ଟ କର୍ମୀଙ୍କ ସହିତ କିଛି ସରପଂଚ , ସମିତିସଭ୍ୟ, ୱାର୍ଡମେମ୍ବର ମାନେ ଉପସ୍ଥିତ ରହିଥିଲେ । ଅସନ୍ତୁଷ୍ଟ କିଛି କର୍ମା ଦଶମନ୍ତପୁର ପଂଚାୟତର ହାଟପଦା ଠାରେ ଦଶମନ୍ତପୁର, ମାଝୀଗୁଡା ଓ କୋଲାର ପଂଚାୟତର ବିଜେଡି ଦଳର କର୍ମୀ ମାନଙ୍କୁ ନେଇ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା କରିଥିବା ବେଳେ ଏହାକୁ ଚାଲେଞ୍ଜ ଦେଇ ସନ୍ତୁଷ୍ଟ ଗୋଷ୍ଠୀ କଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଛି ।

 

 

 

 

Exit mobile version