ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡ଼ିପଡ଼ା ଜୋନର ୩ ଟି ପଞ୍ଚାୟତରୁ ଆରମ୍ଭ ହୋଇଯାଇଛି ଜନ ସମ୍ପର୍କ ପଦଯାତ୍ରା ।
ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ଶୁକ୍ରବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଜନସମ୍ପର୍କ ପଦଯାତ୍ରା । ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡ଼ିପଡ଼ା ଜୋନର ୩ ଟି ପଞ୍ଚାୟତରୁ ଆରମ୍ଭ ହୋଇଯାଇଛି ଜନ ସମ୍ପର୍କ ପଦଯାତ୍ରା । ଆଙ୍ଗିସିଙ୍ଗି ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ପାଟୁଳି ସାହି ଠାରେ ଶେଷ ହୋଇଥିଲା ।
ଉକ୍ତ ସ୍ଥାନରେ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ସମେତ ବହୁ ଜନ ସମାଗମ ହୋଇଥିଲା । ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ସଭାପତି ରମେଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଡ଼ିପଡା ଜୋନର ଜିଲ୍ଲାପରିଷଦ ସଂଯୁକ୍ତା ପଢ଼ିଆରୀ ଓ ଆଙ୍ଗିସିଙ୍ଗି ସରପଞ୍ଚ ଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରାଯାଇଥିଲା । ଗତ ୨୨ ବର୍ଷ ର ଶାସନ କାଳରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କିଭଳି ଓଡ଼ିଶାବାସୀ ଙ୍କ ପାଖରେ ପହଞ୍ଚି ପାରିଛନ୍ତି ଓ ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ଵ ଯୋଜନା ରେ ଜନସାଧାରଣ ଉପକୃତ ହୋଇପାରିଛନ୍ତି
ସେ ବିଷୟ ରେ ଲୋକଙ୍କୁ ଅବଗତ କରାଇଥିଲେ ଏବଂ ଓଡ଼ିଶାର ବିକାଶ ପାଇଁ ବିଜେଡିକୁ ଶକ୍ତିଶାଳୀ କରିବା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ପଦଯାତ୍ରାରେ ବିଜେଡ଼ିର ୪ ଟି ଜିଲ୍ଲା ପରିଷଦ ଯଥା ଶରଣକୂଳ ଜୋନର ଚିନ୍ମୟୀ ଦାସ, ରଣପୁର ଓ ଚାନ୍ଦପୁର ଜୋନ ର ଜିଲ୍ଲାପରିଷଦ ଙ୍କ ସମେତ ଜିଲ୍ଲା ପରିଷଦ ଚେୟାରମ୍ୟାନ ଦେବାଶିଷ ପଟ୍ଟନାୟକ, ଏନଏସି ଚେୟାରମ୍ୟାନ୍ ରଙ୍ଗୀନ ମହାନ୍ତି ,
