
ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ଝାରସୁଗୁଡ଼ା :- ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ଜୀବିକା ସମୃଦ୍ଧି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର କୃଷକଙ୍କ ଜୀବନରେ ପରିବର୍ତନ ଆଣିଛି । ଏହି ପଦକ୍ଷେପ କୃଷି କ୍ଷେତ୍ରରେ ସ୍ଥାୟୀ ଜୀବିକା ପ୍ରକଳ୍ପ ରହିଛି ଯାହାର ଲକ୍ଷ୍ୟ କ୍ଷୁଦ୍ର ଓ ମାର୍ଜିନାଲ ଚାଷୀମାନଙ୍କ ଜୀବନରେ ଉନ୍ନତି । ଏହା ଦ୍ୱାରା ସେମାନେ ଜମିରୁ ଅଧିକ ଅମଳ କରିପାରିବେ ଓ କୃଷି ନିବେଶରୁ ଉପଯୁକ୍ତ ଫେରସ୍ତ ପାଇପାରିବେ । ବର୍ତମାନ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଝାରସୁଗୁଡ଼ାର ପାଂଚଗୋଟି ଗ୍ରାମ ଯଥା ସିରିଆପାଲି,କେଲଦାମାଳ, ଗୁଡ଼ିଗାଁ,କଟିକେଲା ଓ କୁରେବଗାର ୩୦୦ରୁ ଅଧିକ କୃଷକଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିଛି । ବେଦାନ୍ତର ଜୀବିକା ସମୃଦ୍ଧି ପ୍ରକଳ୍ପ ଏହି ଅଂଚଳରେ କୃଷି କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ପକାଇଛି ଯାହାମଧ୍ୟରେ :-
