ସି.ଡବ୍ଲୁ.ଏସ ସଂସ୍ଥା ତରଫରୁ ଗାଁ ଗହଳିର ଲୋକଙ୍କ ଶିକ୍ଷା ବୃଦ୍ଧି କରିବା ନେଇ ବୈଠକ

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ବୈପାରିଗୁଡା : – ଏବେ ମଧ୍ୟ ବୈପାରିଗୁଡା ବ୍ଲକର ଅନେକ ଦୁର୍ଗମ ଅଂଚଳ ସହିତ ଗାଁ ଗହଳିର ଲୋକେ ଶିକ୍ଷା ଠାରୁ ଟିକେ ଦୂରରେ ରହିଥିବା ବେଳେ ସେମାନଙ୍କୁ ପୂର୍ଣ୍ଣମାତ୍ରା ରେ ଶିକ୍ଷାଦାନ ଯୋଗାଇ ଦେବା କୁ ନେଇ ସି.ଡବ୍ଲୁ.ଏସ ( ସେଣ୍ଟର ଫର ୱାଲ୍ଟ ସଲିଡାରିଟି ) ସ୍ୱୋଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ଲୋକପ୍ରତିନିଥି ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରିଥିବାର ଜଣାପଡିଛି । ବୈପାରିଗୁଡା ବ୍ଲକ ମହୁଲି ପଂଚାୟତର ତଳଗୁଞ୍ଜି ଠାରେ ୱାର୍ଡମେମ୍ବର କମଳା କିଷାନୀ ଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀଙ୍କୁ ନେଇ ଏକ ପଲ୍ଲୀସଭା ବୈଠକ ଅନୁଷ୍ଟିତ ହୋଇଥିବା ବେଳେ ଏହି ବୈଠକକୁ ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ସରପଂଚ ସଦା ଜାନୀ, ସମିତିସଭ୍ୟ ଭକ୍ତରାମ ହରିଜନ, ପିଇଓ ଗଣେଶ ବିଶ୍ୱାସରାୟ, ଜିଆରଏସ ଆଦିତ୍ୟ ସାହୁ, ସି.ଡବ୍ଲୁ.ଏସ ସଂସ୍ଥା କମ୍ୟୁନିଟି ସଂଗ୍ରହକାରୀ ସୁନେଲି କୁମାର ଦାସ, ସୁଦେଶ କୁମାର ଗୌଡ,ସ୍ୱୋଚ୍ଛାସେବୀ ଦୁର୍ଯ୍ୟଧନ ପାଙ୍ଗି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଯେ ଅଳ୍ପ ପାଠ ପଢିଥିବା ଲୋକପ୍ରତିନିଥି ଓ ଗ୍ରାମବାସୀ ମାନେ ସରକାରୀ ଯୋଜନା ଉପରେ ବେଶି ଜ୍ଞାନ ନଥିବାରୁ ସରକାରୀ ଯୋଜନା ସେମାନେ ପାଇପାରୁ ନାହାନ୍ତି ।

ତେଣୁ ଏହି ସି.ଡବ୍ଲୁ.ଏସ ( ସେଣ୍ଟର ଫର ୱାଲ୍ଟ ସଲିଡାରିଟି ) ସ୍ୱୋଚ୍ଛାସେବୀ ଅନୁଷ୍ଠାନ ଗାଁ ଗହଳି ଠାରେ ବୈଠକ କରି ଗ୍ରାମବାସୀ ଓ ଲୋକପ୍ରତିନିଥି ମାନଙ୍କୁ ମାଗଣାରେ ବହିପତ୍ର ସହିତ ବିଭିନ୍ନ ପ୍ରକାର ଶିକ୍ଷା ସାମଗ୍ରୀ ଗୁଡିକ ବଣ୍ଟନ କରିଛନ୍ତି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଗାଁ ଗହଳିରେ ଆଉ କେହିଁ ମଧ୍ୟ ନିରକ୍ଷର ରହିବେ ନାହିଁ ସମସ୍ତଙ୍କୁ ସବୁ ପ୍ରକାର ସାହାର୍ଯ୍ୟ କରି ସେମାନଙ୍କୁ ସ୍ୱାକ୍ଷର କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପରିଚାଳନା କରୁଥିଲେ । ଏହି ବୈଠକକୁ ଆସି ଶିକ୍ଷାଦାନ ଗହଣ କରିବାକୁ ଇର୍ଚ୍ଛା ଥିବା ସମସ୍ତ ଲୋକ ଓ ଲୋକପ୍ରତିନିଥି ଙ୍କୁ ଦୁର୍ଯ୍ୟଧନ ପାଙ୍ଗି ଧନ୍ୟବାଦ ଦେଇଥିବାର ଦେଖାଯାଇଛି

 

 

 

Exit mobile version