ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ବିଜୁ ଜନତାଦଳ ପକ୍ଷରୁ ରକ୍ତାଦାନ ଶିବିର: ୪୮ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ବୈପାରିଗୁଡା :- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବୈପାରିଗୁଡା ବ୍ଲକ ବିଜେଡି ଦଳର ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ବ୍ଲକ ଯୁବ ସଭାପତି ତଥା ବିଧାୟକ ପ୍ରତିନିଥି ରମେଶ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରକୁ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ, ଜିଲ୍ଲା ଯୁବ ସଭାପତି ଲଲାଟ ରଞ୍ଜନ ସେଠୀ, ଓଡିଶା ମୋ ପରିବାର ସଂଯୋଜକ ପ୍ରଫୁଲ କୁମାର ପାଙ୍ଗି ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

ବ୍ଲକର ବିଭିନ୍ନ ପଂଚାୟତ ଓ ଗାଁ ଗହଳିରୁ ଆସିଥିବା କର୍ମୀ ଓ ଲୋକ ମାନେ ଏହି ଶିବିରକୁ ଆସିଥିବା ବେଳେ ଅତିଥି ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଛି । ଶିବିରରେ ମୋଟ ୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ, ପୂର୍ବତନ ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜିତ ନାୟକଙ୍କ ସହ ବିଜେଡି ସମର୍ଥକ ସରପଂଚ ଓ ସମିତି ସଭ୍ୟ ଏବଂ ବରିଷ୍ଟ କର୍ମୀ ମାନେ ଉପସ୍ଥିତ ରହିଥିବା ବେଳେ ଯୁବ ଓ ଛାତ୍ରଜନତା ଦଳର ସଭ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବ ଓ ଛାତ୍ର ଜନତା ଦଳର ଏଭଳି ଅଭିନବ କାର୍ଯ୍ୟକ୍ରମଟି ସାଧାରଣ ମହଲରେ ବେଶ ପ୍ରଶଂସିତ ହୋଇଛି ।

Exit mobile version