ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜୁ ଜନତାଦଳ ପକ୍ଷରୁ ଦଶମନ୍ତପୁର ବାସୀଙ୍କୁ ମିଠା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ବୈପାରିଗୁଡା :- ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳନ ଅବସରରେ ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଂଚାୟତର ଅଂଚଳ ବାସୀଙ୍କୁ ଦଶମନ୍ତପୁର ସରପଂଚ ରୋହିତ କୁମାର ତାଙ୍କ ପଂଚାୟତ କାର୍ଯ୍ୟାଳୟକୁ ଡାକି ନିଜେ ସରପଂଚ ରୋହିତ କୁମାର ଓ ତାଙ୍କ ସମର୍ଥକ ମାନେ ଓଡିଶାର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ଉତ୍ସବ ପାଳନ କରିବା ସହ ଉପସ୍ଥିତ ଥିବା ଲୋକଙ୍କୁ ମିଠା ବଣ୍ଟନ କରିଥିଲେ ।

ତାହା ସହ ରାଜ୍ୟସରକାରଙ୍କ ସମସ୍ତ ଯୋଜନା ଲୋକେ ହାତ ମୁଠାରେ ପାଇପାରୁଛନ୍ତି କି ନାହିଁ ତାହା ବୁଝିବା ସହ ସରକାରଙ୍କ ସମସ୍ତ ଯୋଜନା ଗାଁ ଗହଳିରେ ପହଂଚାଇବା ମୋର ପ୍ରଥମ କର୍ତିବ୍ୟ ବୋଲି କହିବା ସହିତ ଲୋକଙ୍କ ସାର୍ଥିରେ ସବୁ ବେଳେ ରହିଛି ବୋଲି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ସଭାପତି ଗୁପ୍ତ ନୁଆପୁଟିଆ, ହରି ଦୋରା, ରଞ୍ଜୀତ କୁମାର, ଡମୁ ପାଙ୍ଗି, ରାମ ଚନ୍ଦ୍ର ବାରିକ, କୁନୁ ମହାଙ୍କୁଡ, ଗବର୍ଦ୍ଧନ ଖରା, ହରି ମାଳି, କୁଷ୍ଣ ମାଳି, ସୁନ୍ଦର ଗୌଡ, ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version