ପଦ୍ମଗିରି ଏସଏସଡି ଉଚ୍ଚ ୫ଟି ବିଦ୍ୟାଳୟ ଗସ୍ତ କରି ବିଭିନ୍ନ ବିଷୟରେ ଆଲୋଚନା କଲେ ମନ୍ତ୍ରୀ ଜଗନ୍ନାଥ ସାରକା

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ମାଲକାନଗିରି :- ମାଲକାନଗିରିରୁ ସ୍ବତନ୍ତ୍ର ଜିଲ୍ଲା ପ୍ରତିନିଧି ଏନ୍ ରବିଙ୍କ ରିପୋର୍ଟ) ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ରେ ଥିବା ଏସଏସଡି ଉଚ୍ଚ ୫ଟି ବିଦ୍ୟାଳୟକୁ ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କଲେ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି , ପଛୁଆ ବର୍ଗ ସଂଖ୍ୟା ଲଘୁ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ।

ମନ୍ତ୍ରୀ ଶ୍ରୀ ସାରକା ଏହି ବିଦ୍ୟାଳୟ କୁ ଯାଇ ସେଠାରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରାଯାଉଛି କି ନାହିଁ ତାହାର ତଦାରଖ କରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମଧ୍ୟ ବିଦ୍ୟାଳୟ ବିଷୟରେ ପଚାରି ବୁଝିଥିଲେ ।

ବିଦ୍ୟାଳୟ ସମସ୍ୟା ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଅବଗତ ହେବା ପରେ ଏଥି ପ୍ରତି ଦୃଷ୍ଟି ଦେଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ପୂର୍ବତନ ବିଧାୟକ ମାନସ ମାଡକାମୀ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା କୁନି ଭୂମିଆ, ପିଏ ଆଇଟିଡିଏ ତ୍ରିନାଥ ମାଝୀ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ,କର୍ମୀ କେ ରାହୁଲ, ରାଜୁ ଦତ୍ତା, ଫୋନୀଭୂସନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version