ହାଡୁଭାଙ୍ଗି ଗ୍ରାମରୁ ଗୋରୁ ଚାଲାଣ ବେଳେ କାଶୀନଗର ପୋଲିସ ଦ୍ବାରା ଜବତ ,ଜଣେ ଅଟକ

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମ ଠାରେ କାଶୀନଗର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବେଆଇନ ଭାବେ ଆନ୍ଧ୍ରକୁ ଏକ ଗାଡିଦ୍ୱରା ଗୋ ଚାଲାଣ ହେଉଥିବା ଦେଖି ଗାଡ଼ିକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛନ୍ତି l ଜବତ ହୋଇଥିବା ଆନ୍ଧ୍ର ପ୍ରଦେଶ ର ଗାଡିନଂ ଏପି ୩୬ଟିୟୁ ୬୧୮୫କୁ ପୋଲିସ ଜବତ କରାଯାଇଥିବା ପୋଲିସ ସୂତ୍ରରୁଜଣାପଡିଛି ଏଥିରେ ୭ଗୋଟି ବଳଦ କୁ କାଶୀନଗର ଥାନାରେ ରଖା ଯାଇଛି ଏହାକୁ ନେଇ ଏକ ମକଦ୍ଦମା ୧୨୮/୨୨ରେ ରୁଜୁ କରି ତଦନ୍ତ ଜାରୀ ରହିଥିବା କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ଗଣ ମଧ୍ୟାମକୁ ସୂଚନା ଦେଇଛନ୍ତି

Exit mobile version