Home ଓଡ଼ିଶା ଆନ୍ଧ୍ରକୁ ଓଡ଼ିଶା ସରକାରଙ୍କ ଶକ୍ତ ଜବାବ : ଆନ୍ଧ୍ର -ଓଡ଼ିଶା ସୀମାନ୍ତରେ ଥିବା ଓଡ଼ିଶାର ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ରେ ଆମ୍ବୁଲାନ୍ସ ସେବା ଆରମ୍ଭ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ପାରଳାଖେମୁଣ୍ଡି :- ଆନ୍ଧ୍ରକୁ ଓଡ଼ିଶା ସରକାରଙ୍କ ଶକ୍ତ ଜବାବ l ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଓଡ଼ିଶା ସରକାର । ଗଜପତି ଜିଲ୍ଲା ଓଡିଶା- ଆନ୍ଧ୍ର ସୀମାନ୍ତବର୍ତ୍ତୀ ରାୟଗଡ଼ ବ୍ଲକ ଅଧିନ ଗଙ୍ଗାବାଡ ପଞ୍ଚାୟତରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ଫଳରେ ଦୀର୍ଘଦିନ ହେବ ସ୍ବାସ୍ଥ୍ୟକ୍ଷେତ୍ରରେ ଅବହେଳିତ ହୋଇ ରହିଥବା ଏହି ଅଞ୍ଚଳର ଲୋକେ ଉପକୃତ ହେବେ । ଏହି ଅଞ୍ଚଳକୁ ଲୋଲୁପ ଦୃଷ୍ଟି ପକାଉଥିବା ଆନ୍ଧ୍ର ପାଇଁ ଏହା ସଠିକ ଜବାବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ତେବେ ଏହି ଅଞ୍ଚଳରେ ମୋବାଇଲ ସେବା ଏବେବି ଅପହଞ୍ଚ ହୋଇ ରହିଥିବା ବେଳେ ଏଥିରେ ସୁଧାର ଆଣାଗଲେ ଲୋକେ ଏହାର ଲାଭ ପାଇପାରିବେ ବୋଲି କୁହାଯାଉଛି । ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁ ଓଡିଶା- ଆନ୍ଧ୍ର ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏଗୁଡ଼ିକୁ ନିଜ କବଜାକୁ ନେବା ପାଇଁ ଆନ୍ଧ୍ର ପ୍ରଶାସନ ସବୁବେଳେ ପ୍ରୟାସ କରିଆସୁଛି । ଗଙ୍ଗାବାଡ କିମ୍ବା କେରାଣ୍ଡି ପଞ୍ଚାୟତର କୌଣସି ଲୋକଙ୍କ ସାମାନ୍ୟ ଦେହ ଖରାପ ହେଲେ ଆନ୍ଧ୍ରର ମନ୍ଦସା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଥିଲା । ଏଥିରୁ ଫାଇଦା ନେଇ ଆନ୍ଧ୍ର ଏହି ଅଞ୍ଚଳର ଲୋକଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ପ୍ରୟାସ କରୁଥିଲା । ଏହି ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟ ଠାରୁ ଶିକ୍ଷା ଯାଏଁ ସବୁକିଛି ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଥିବା ଯୋଗୁଁ ଏହାର ଫାଇଦା ନେଇ ଏଠିକାର ଲୋକଙ୍କୁ ରାସନ୍ କାର୍ଡ, ଭତ୍ତା ଭଳି ବିଭିନ୍ନ ଯୋଜନାରେ ସାମିଲ କରି ନିଜ ପଟକୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର ପ୍ରଶାସନ ବାରମ୍ବାର ପ୍ରୟାସ କରିଆସୁଛି । ତେବେ ଏହାର ଜବାବ ଦେବା ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଅଣ୍ଟା ଭିଡିଛି ।କିଛିଦିନ ତଳେ ଏହି ଅଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ଏହାଦ୍ବାରା ଲୋକେ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି କିମ୍ବା ବ୍ରହ୍ମପୁର ଯାଇପାରିବେ । ପୂର୍ବଭଳି ଆଉ ଏଠିକାର ଲୋକଙ୍କୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏଠାରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଲୋକେ ଦାବି କରିଆସୁଥିଲେ । ତେବେ ପ୍ରଶାସନ ଗଙ୍ଗାବାଡ ଠାରେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରିବା ସହ ବର୍ତ୍ତମାନ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ଏଭଳି ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିଥିବାରୁ ସରକାର ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।ତେବେ ଏହି ଅଞ୍ଚଳ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ମୋବାଇଲ୍ ଫୋନ ନେଟୱାର୍କ । ଅଧିକାଂଶ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ନଥିବାରୁ ବର୍ତ୍ତମାନ ଚମ୍ପାପୁର ନିକଟରେ ଆମ୍ବୁଲାନ୍ସକୁ ରଖାଯାଉଛି । କାରଣ ଏଠାରେ ନେଟୱାର୍କ ଆସୁଥିବାରୁ ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରେ ସୁବିଧା ହେଉଛି । ତେବେ ବର୍ତ୍ତମାନ ପ୍ରଶାସନ ଏହି ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡିବା ନିଶ୍ଚିତ ଭାବରେ ଓଡ଼ିଶାର ସୀମାସୁରକ୍ଷା ପାଇଁ ଶୁଭଙ୍କର । କିନ୍ତୁ ଏଭଳି ଅଞ୍ଚଳକୁ ଗମନାଗମନ ନିତି ଦିନିଆ ରାସ୍ତା ନିର୍ମାଣ ଓ ମୋବାଇଲ ସେବା ଅପେକ୍ଷାରେ ରହିଛନ୍ତି ଲୋକେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ by Proprietor Abhimanyu Maharana October 18, 2026 ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ by Proprietor Abhimanyu Maharana October 18, 2026 ମା’ଦୁର୍ଗା ଙ୍କ ମହାଗୌରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପୀଠରେ ମହାଷ୍ଟମୀ ପୂଜା, ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜାରେ ଆଧ୍ୟାତ୍ମିକ ପରିବେଶ by Proprietor Abhimanyu Maharana October 18, 2026 ବିରିଡି ଅଞ୍ଚଳରେ 50 ଟି ପୂଜା ମଣ୍ଡପ ଝଲସୁଛି by Proprietor Abhimanyu Maharana October 18, 2026 ଦୁର୍ଗାପୂଜାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ‘ଶକ୍ତି ସୁରକ୍ଷା’ ଅଭିଯାନ ପାର୍ବଣର ଆନନ୍ଦ, ସୁରକ୍ଷାର ସଂକଳ୍ପ by Proprietor Abhimanyu Maharana October 18, 2026 ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ by Proprietor Abhimanyu Maharana October 18, 2026